କନକ ବ୍ୟୁରୋ : ଏଣିକି ମଦୁଆଙ୍କୁ ରାସ୍ତାରେ ମାଡ ହେବ ।  ମଦ ବନ୍ଦ ଭୁବେନେଶ୍ୱରରୁ ଆରମ୍ବ ହେଉ । ପ୍ରତି ବର୍ଷ ୧୦ ମଦୁଆଙ୍କୁ ମଦ ଛଡ଼ାଇବା କାର୍ଯ୍ୟ ଆରମ୍ଭ ହେଉ... ଏକଥା ଆମେ କହୁନୁ, ଏକଥା କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । 

Advertisment

ବିଗତ ୨୦ ବର୍ଷ ତଳୁ ଓଡ଼ିଶାରେ ମଦ କାରବାର ସହରର ଦୂରରେ ହେଉଥିଲା ।  ଯିଏ କିଏ ମଦ ପିଇବାକୁ ଯାଉଥିଲେ ଲୋକେ ଜାଣୁଥିଲେ ସେ ଅଛୁଆଁ ହେଉଥିଲେ । ଏବେ ମଦ ଦୋକାନ ମନ୍ଦିର, ସ୍କୁଲ ପାଖରେ ଖୋଲିଲାଣି । ଗଳି କନ୍ଦିରେ ମଦ ଦୋକାନ ଖୋଲିଲାଣି । ସକାଳ ହେଲେ ଲୋକଙ୍କୁ ଖାଇବା ଦୋକାନରେ କମ୍ ମଦ ଦୋକାନରେ ଅଧିକ ଦେଖିବାକୁ ମିଳୁଛି । ଯୁବପିଢ଼ି ନିଶା କବଳକୁ ଯାଉଛନ୍ତି, ତେଣୁ ଏହାକୁ ରୋକିବାକୁ ପଡ଼ିବ । ଆଉ ଏହି ପଦକ୍ଷେପ ଭୁବନେଶ୍ବରରୁ ଆରମ୍ଭ ହେବ ବୋଲି କହିଛନ୍ତି ବାବୁ ସିଂ ।  

ବାବୁ ସିଂ ଆହୁରି କହିଛନ୍ତି, ଭୁବନେଶ୍ୱରରୁ ମଦ ବନ୍ଦ ଆରମ୍ବ ହେଉ । କୋଭିଡରେ ଦୋକାନ ବନ୍ଦ ହେଲା ଲୋକେ ଘରେ ମଦ ପହଞ୍ଚାଇଲେ । ଏବେ ଏସବୁକୁ ରୋକିବାର ସମୟ ଆସିଛି । ପୁଲିସ ବାହିନୀ ଏନେଇ କଡ଼ା ପଦକ୍ଷେପ ନିଅନ୍ତୁ । ସବୁ ମଦୁଆକୁ ରାସ୍ତାରେ ମାଡ଼ ମାରନ୍ତୁ । ୟୁପି, ବିହାରରେ ମଦ ବନ୍ଦ ହୋଇଛି । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଅଛି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବାବୁ ସିଂ କହିଛନ୍ତି । କେବଳ ଏତିକି ନୁହେଁ ସେ କହିଛନ୍ତି, କ୍ରାଇମ ପାଇଁ ମଦ ହିଁ ୫୦ ପ୍ରତିଶତ କାରଣ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନିଅନ୍ତୁ । କେବଳ ସରକାର ସଚେତନ ହେଲେ କି କାର୍ଯ୍ୟାନୁଷ୍ଠାନ ନେଲେ ହେବନି, ଲୋକଙ୍କୁ ବି ସଚେତନ ହେବାକୁ ପଡିବ । ସରକାରଙ୍କ ପାଖରେ ବାଧ୍ୟ ବଧକତା ଥିବ କିନ୍ତୁ ମୁଁ ନିଶା ଛୁଇଁବିନି ନିଶା ଖାଇବିନି ଏକଥା ନିଜେ ସଂକଳ୍ପ ନେବା ଦରକାର । ଆସନ୍ତୁ ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡାଇବା ଏ  ସଂକଳ୍ପ ନେବା... ଏପରି କହି ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ ।