ମଦ୍ରାସାକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହେଲେ ୩ ପ୍ରମୁଖ ଦଳର ନେତା

ମଦ୍ରାସା ବୋର୍ଡକୁ ବନ୍ଦ କରାଯାଉ । ରାଜ୍ୟ ସରକାର ମଦ୍ରାସାକୁ ଦେଉଥିବା ସମସ୍ତ ଅନୁଦାନ ବନ୍ଦ କରିଦିଅନ୍ତୁ । ଏନସିପିସିଆର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିବା ପରେ ତେଜିଛି ବିବାଦ ।

madrasa politics

କନକ ବ୍ୟୁରୋ: ମଦ୍ରାସା ବୋର୍ଡକୁ ବନ୍ଦ କରାଯାଉ । ରାଜ୍ୟ ସରକାର ମଦ୍ରାସାକୁ ଦେଉଥିବା ସମସ୍ତ ଅନୁଦାନ ବନ୍ଦ କରିଦିଅନ୍ତୁ । ଏନସିପିସିଆର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିବା ପରେ ତେଜିଛି ବିବାଦ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବାହାରେ ତମ୍ୱି ତୋଫାନ ହୋଇଥିବାବେଳେ ଓଡିଶାରେ ବି ଆରମ୍ଭ ହୋଇଯାଇଛି ରାଜନୀତି ।

ଏନସିପିସିଆରର ଏଭଳି ସୁପାରିଶକୁ ଉଭୟ କଂଗ୍ରେସ ଓ ବିଜେଡି ବିରୋଧ କରିବା ସହ ପରୋକ୍ଷରେ ବିଜେପି ସରକାର ଉପରେ ବର୍ଷିଛନ୍ତି । ରାଜନୈତିକ ଏଜେଣ୍ଡା ପାଇଁ ଶିକ୍ଷା ବ୍ୟବସ୍ଥାକୁ ବଳି ନପକାଯାଉ ବୋଲି କଂଗ୍ରେସ କହିଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି ବିଜେପି । ବିଜେଡି ସରକାର ସମୟରେ ରାଜ୍ୟର ମଦ୍ରାସାରେ ଅନେକ ଅନିୟମିତତା ହେଉଥିଲା ବୋଲି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଭିଯୋଗ ଆଣିଛି ।

ରାଜ୍ୟରେ ମଦ୍ରାସା ବୋର୍ଡ ଦ୍ୱାରା ୧୫୫ ଟି ମଦ୍ରାସା ବିଦ୍ୟାଳୟ ପରିଚାଳିତ ହେଉଛି । ଏହିସବୁ ବିଦ୍ୟାଳୟରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାରେ ନିୟୋଜିତ ଅଛନ୍ତି ୮୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ । ରାଜ୍ୟ ସରକାର କେବଳ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ବାବଦକୁ ଟଙ୍କା ଦେଉଥିବାବେଳେ ଅନ୍ୟ ସମସ୍ତ ଖର୍ଚ୍ଚ ବ୍ୟକ୍ତିଗତ ସ୍ତରରେ ଆଦାୟ କରାଯାଇ ବିଦ୍ୟାଳୟର ଖର୍ଚ୍ଚ ବହନ କରାଯାଏ ବୋଲି କହିଛି ଓଡିଶା ଉର୍ଦ୍ଦୁ ସର୍କଲ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଓଡିଶା ଉର୍ଦ୍ଦୁ ସର୍କଲର ସଂପାଦକ ସୈଏଦ ବର୍କତ ଅଲ୍ଲୀ ତନଓ୍ୱିର ।

ମଦ୍ରାସାରେ ଶିକ୍ଷା ଅଧିକାର ଆଇନକୁ ଉଲଂଘନ କରାଯାଉଛି ଓ ଦକ୍ଷ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କର ଶିକ୍ଷାର ମାନ କମୁଛି ବୋଲି ଏନସିପିସିଆର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଆଉ ଅନୁଦାନ ବନ୍ଦ କରିବାକୁ କହିଛି। ତେବେ ଏନସିପିସିଆରର ଚିଠି ପରେ ମଦ୍ରାସାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe