କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ । ଖୁବଶୀଘ୍ର ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ମିଳିଛି ଅନୁମତି । ଏନେଇ ୧୫ଟି ସର୍ତ୍ତ ରଖିଛି ନାସନାଲ ଟାଇଗର କନଜର୍ଭେସନ ଅଥରିଟି ।
ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏହା ପରେ ମଧ୍ୟପ୍ରଦେଶରୁ ବାଘ ଆଣିବାକୁ ଯୋଜନା ରଖାଯାଇଛି । ପୂର୍ବରୁ ୨୦୨୧ରେ ମଧ୍ୟପ୍ରଦେଶରୁ ଦୁଇଟି ବାଘ ଅଣାଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଫେଲ୍ ମାରିଥିଲା । ଶିକାରୀ ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିଲା ।
ସେହିପରି ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା । ସେବେଠାରୁ ବନ୍ଦ ରହିଥିଲା ଅନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା । କିନ୍ତୁ ଏବେ ପୁଣି ଥରେ ଏହି ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ଏନଟିସିଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/l2L0DlSLmEFcWiTw6x8i.jpg)