କନକ ବ୍ୟୁରୋ: ମଧ୍ୟପ୍ରଦେଶ ଝାବୁଆ ମେଘନଗର ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ରାଜସ୍ଥାନରୁ ସିମେଣ୍ଟ ନେଇ ଆସୁଥିଲା ଟ୍ରକ୍ । ରାତି ୩ଟାରୁ ୪ଟା ମଧ୍ୟରେ ଘଟିଲା ଭୟଙ୍କର ଦୁର୍ଘଟଣା । ଝାବୁଆ ମେଘନଗରଠାରେ ଟ୍ରକଟି ଏକ ମାରୁତି ଇକୋ ଉପରେ ଓଲଟି ପଡ଼ିବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏ ଦୃଶ୍ୟକୁ ଦେଖିଲେ ଦୁର୍ଘଟଣା କେତେ ଭୟାବହ ହୋଇଥିବା ତାହା ସ୍ପଷ୍ଟ ଜଣାପଡ଼ୁଛି । ଏ ନେଇ ଅଧିକ ସୂଚନା ମିଳିନାହିଁ ।
କାର୍ ଉପରେ ଓଲଟିପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍ , ୯ ମୃତ,୨ ଗୁରୁତର
ରାଜସ୍ଥାନରୁ ସିମେଣ୍ଟ ଆଣି ଆସୁଥିଲା ଟକ୍ । କାର୍ ଉପରେ ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)