କନକ ବ୍ୟୁରୋ : ଚୌଦ୍ୱାର ଜେଲରୁ ଚମ୍ପଟ ମାରି ବୃନ୍ଦାବନରୁ ଗିରଫ ହୋଇଥିବା ମଧୁକାନ୍ତ ରଣାକୁ ୬ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । ମଧୁକାନ୍ତଙ୍କ ମୁହଁରୁ ସତ ଉଗାରିବାକୁ ପୁଲିସ ଚାହୁଁଛି । ଏସବୁ ଭିତରେ ଚୌଦ୍ୱାର ଜେଲକୁ ଫେରିଥିବା ମଧୁକାନ୍ତ ଯେପରି ପୁଣିଥରେ ଜେଲରୁ ଫେରାର ନହେବ ସେଥିପାଇଁ ନୂଆ ରଣନୀତି ଆପଣାଇଛନ୍ତି ଜେଲ କର୍ତ୍ତୃପକ୍ଷ ।
ଅନେକ ଫିଲ୍ମରେ ଦେଖିଥିବେ କୁଖ୍ୟାତ ଅପରାଧୀଙ୍କୁ ଜେଲରେ କଡା ସୁରକ୍ଷା ଭିତରେ ରଖାଯାଇଥାଏ । ସୁଯୋଗ ଦେଖି ଯେପରି କଏଦୀ ଖସିନଯିବେ ସେଥିପାଇଁ ଗୋଡରେ ପଡିଥାଏ ବେଡି । ଠିକ୍ ସେମିତି ଢଙ୍ଗରେ କୁଖ୍ୟାତ ଡକାୟତ ମଧୁକାନ୍ତ ରଣା ଗୋଡରେ ପଡିବ ବେଡି । ଚୌଦ୍ୱାର ଜେଲର ସୁରକ୍ଷାବଳୟକୁ ଭେଦ କରି ଥରେ ଫେରାର ହୋଇଥିବା ମଧୁକାନ୍ତ ପୁଣିଥରେ ଯେପରି ଫେରାର ନହେବ ସେଥିପାଇଁ ଆଗୁଆ ସର୍ତକ ହୋଇଛନ୍ତି ଜେଲ କର୍ତ୍ତୃପକ୍ଷ । ଏନେଇ ଚୌଦ୍ୱାର ଜେଲ ଅଧିକ୍ଷକ କଟକ ଜେଏମଏଫସି କୋର୍ଟରେ କରିଛନ୍ତି ଆବେଦନ । ଏହାବାଦ୍ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ମଧୁକାନ୍ତ। ଚୌଦ୍ୱାର ଜେଲର କୋଣ ଅନୁକୋଣକୁ ଭଲରେ ଜାଣିଥିବାରୁ ମଧୁକାନ୍ତକୁ ଅନ୍ୟ ଜେଲ୍ ସ୍ଥାନାନ୍ତର ନେଇ ମଧ୍ୟ ଚର୍ଚ୍ଚା ବଢିଛି ।
ଅଧିକ ପଢ଼ନ୍ତୁ : ଚୌଦ୍ୱାରର ଚମ୍ପଟ କଏଦୀ ମଧୁକାନ୍ତ ଧରାପଡ଼ିବା ପରେ ବଢ଼ିଲା ଆଶା, ଫେରାର ବେଳେ କିଏ କରିଥିଲା ସଯୋଗ, ସତ ଓଗାଳିବ କମିଶନରେଟ୍ ପୁଲିସ
ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ମଧୁକାନ୍ତକୁ ଦୀର୍ଘ ୪ ମାସ ପରେ ବୃନ୍ଦାବନରୁ ଧରିଥିଲା ପୁଲିସ । ଏବେ ତାକୁ ୬ ଦିନିଆ ରିମାଣ୍ଡରେ ନେଇଛି ପୁଲିସ । କଟକ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ମଧୁକାନ୍ତକୁ ଜେରା କରୁଛି । ରାଜା ସାହାଣୀ ସହ ଚୌଦ୍ୱାର ଜେଲ୍ରୁ କେମିତି ଖସିଲେ ? ଜେଲ୍ରୁ ଫେରାର ପଛରେ କିଏ କରିଥିଲେ କି ସହଯୋଗ ? କେଉଁଠି ଲୁଚିଛି ସହଯୋଗୀ ରାଜା ସାହାଣୀ ? ମଧୁକାନ୍ତଙ୍କ ମୁହଁରୁ ଏହାର ଉତ୍ତର ଚାହୁଁଛି କଟକ ପୁଲିସର ସ୍ୱତନ୍ତ୍ର ଟିମ୍ ।
ମଧୁକାନ୍ତକୁ ଧରି ଓଡ଼ିଶା ପୁଲିସ ବାହାବା ନେଉଛି । ହେଲେ ଏବେ ବି ଫେରାର ଅଛି ରାଜା ସାହାଣୀ । ତେଣୁ ରାଜା କେବେ ପୋଲିସ ପଞ୍ଝାରେ ପଡିବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/choudwar-jail-2026-02-17-21-34-07.png)