କନକ ବ୍ୟୁରୋ: ରାଉରକେଲା ଏକ ରେସ୍ତୋରାଁକୁ ୭ ଦିନ ପାଇଁ ସିଲ୍ କରିଛି ପ୍ରଶାସନ। ରାଉରକେଲା ସହରର ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ମଧୁବନକୁ ୭ ଦିନ ପାଇଁ ସିଲ୍ କରାଯାଇଛି। ନିମ୍ନ ମାନର ଖାଦ୍ୟ ସହ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ନେଇ ପୂର୍ବରୁ ନୋଟିସ ହୋଇଥିଲା। ଏହାପରେ ବି କୌଣସି ସୁଧାର ଆସିନଥିଲା। ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଫୁଡ୍ ଇନ୍ସପେକ୍ଟର ଓ ତାଙ୍କ ଟିମ୍ ଖାଦ୍ୟର ନମୁନା ସଂଗ୍ରହ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଧୁବନ ରେଷ୍ଟୁରାଣ୍ଟକୁ ସିଲ୍ କରାଯାଇଛି।
୭ ଦିନ ପାଇଁ ସିଲ୍ ହେଲା ଏହି ରେସ୍ତୋରାଁ । ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରୁଥିଲା ଖାଦ୍ୟ
ରାଉରକେଲା ଏକ ରେସ୍ତୋରାଁକୁ ୭ ଦିନ ପାଇଁ ସିଲ୍ କରିଛି ପ୍ରଶାସନ। ରାଉରକେଲା ସହରର ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ମଧୁବନକୁ ୭ ଦିନ ପାଇଁ ସିଲ୍ କରାଯାଇଛି
/kanak/media/media_files/2024/11/21/hMBbnip36h2ognS2Pncl.jpg)