କନକ ବ୍ୟୁରୋ: ଆଜିକା ଦିନରେ ସରକାରୀ ଚାକିରି ପାଇବା କାଠିକର ପାଠ୍ । ପୁଣି ଆଇଏଏସ୍ କି ଆଇପିଏସ୍ କଥା ସାତ ସପନ । କାରଣ ଏଥିପାଇଁ ପରୀକ୍ଷା ଦେଇ ଦେଇ କିଛି ମେଧାବୀ ଥକିଯାଉଛନ୍ତି, ଏଭଳି ସ୍ଥିତିରେ ଗୋଟିଏ ପରିବାରରୁ ୧୧ ଜଣ ଆଇଏଏସ୍ କଥା ଶଣିଲେ ଆପଣଙ୍କୁ କିପରି ଲାଗିବ? 

Advertisment

ଗୋଟିଏ ପରିବାରରେ ୧୦ରୁ ଅଧିକ ଆଇଏଏସ୍, ଗାଁରେ ୪୭ ଆଇଏଓ୍, ଆଇପିଏସ୍,  ଘରେ ଘରେ ସରକାରୀ ଚାକିରିଆ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛିନା?  କିନ୍ତୁ ଏହା ପୁରାପୁରି ସତ । ଉତ୍ତରପ୍ରଦେଶର ଯୌନପୁର ଜିଲ୍ଲା ମାଧୋପଟ୍ଟି ଗାଁ, ଏ ଗାଁକୁ ଆଇଏଏସ୍ ଓ ଆଇପିଏସଙ୍କ ଫ୍ୟାକ୍ଟ୍ରି ବୋଲି କୁହାଯାଏ । ଗାଁରେ ମୋଟ ୭୫ ପରିବାର ରହୁଥିବାବେଳେ ଗାଁରେ ୪୭ଜଣ ଆଇଏଏସ୍, ଆଇପିଏସ୍, ଆଇଆରଏସ୍ ଅଫିସର ଅଛନ୍ତି । ମାଧୋପଟ୍ଟି ଗାଁର ସବୁଠୁ ଅଧିକ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରନ୍ତି, ସଫଳ ବି ହୁଅନ୍ତି । ଏହି କାରଣରୁ ଏହି ଗାଁକୁ ଅଫିସରଙ୍କ ଗାଁ ବୋଲି କୁହାଯାଏ । ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୧୧ କିମି ଦୂରରେ ଥିବା ଏହି ପ୍ରଥମେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଏଗାଁର ଗୋଟିଏ ପରିବାରରୁ ୫ଜଣ ଆଇଏଏସ୍ ଅଫିସର ବନିଥିଲେ ।

୧୯୯୨ରେ ଏହି ଗାଁର ଡ. ଇନ୍ଦୁପ୍ରକାଶ ପ୍ରଥମେ ଆଇଏଏସ୍ ପାଇଥିଲେ । ସର୍ବ ଭାରତୀୟ ସ୍ତରରେ ୋସ ଦ୍ୱିତୀୟ ସ୍ଥାନ ଅଧିକାର କରି ଗାଁର ନାଁ ଗୌରବମୟ କରିଥିଲେ । ତାଙ୍କ ପରେ୧୯୯୫ ରେ ଏହି ଗାଁରେ ବିନୟ ସିଂ ଆଇଏଏସ୍ ପାଇଲେ । ସର୍ବଭାରତୀୟ ସ୍ତରରେ ତାଙ୍କୁ ୧୩ ତମ ରାଙ୍କ ମିଳିଥିଲା । ବିହାରର ମୁ୍ଖ୍ୟ ସଚିବି ଭାବେ ନିଯୁକ୍ତ ହୋଇଥିଲେ ବିନୟ ସିଂ । କିଛି ମାତ୍ର ବର୍ଷ ପରେ ତାଙ୍କ ପରିବାରରୁ ୪ ଭାଇ ଆଇଏଏସ୍ ପାଇ ରେକର୍ଡ କରିଥିଲେ । 

ଆଶ୍ଚର୍ଯ୍ୟର କଥା ହେଉଛି  ମାଧୋପଟ୍ଟିରେ କେବଳ ପୁରୁଷ ନୁହଁନ୍ତି ମହିଳାମାନେ ବି ବେଶ୍ ଆଗୁଆ । ଗାଁର ଏକାଧିକ ମହିଳା ମଧ୍ୟ ସିଭିଲ ସର୍ଭିସରେ ସଫଳତା ଅର୍ଜନ କରିଛନ୍ତି । ଏକ ରିପୋର୍ଟ ମୁତାବକ, ଗାଁରେ ୪୨୧ ପୁରୁଷ ଓ ୩୧୫ ଜଣ ମହିଳା ଉଚ୍ଚ ଶିକ୍ଷିତ ଅଛନ୍ତି । ଗାଁର ଜଣେ ବୟସ୍କଙ୍କ କହିବା ଅନୁସାରେ ଗାଁ ଲୋକଙ୍କର ବେଶି କିଛି ଜମିବାଡି ନାହିଁ । ତେଣୁ ଚାଷ ଅପେକ୍ଷା ଗାଁ ଲୋକଙ୍କ ଅ୍ରାଗ୍ରହ ବେଶି ପଢାରେ ଥାଏ । ଏସବୁକୁ ବାଦ ଦେଲେ ଏ ଗାଁରେ ବାକ୍ ଦେବୀ ସରସ୍ୱତୀଙ୍କ କୃପା ରହିଛି ବୋଲି ଅନେକ କୁହନ୍ତି । ଗାଁର ଯେକୌଣସି ପିଲାକୁ ପଚାରିବେ ତା’ ପାଟିରେ ସଙ୍ଗେ ସଙ୍ଗେ ବାହାରିବ ସେ ବଡ ହୋଇ ଗଣେ ଆଇଏଏସ୍, ଆଇପିଏସ୍, ଡାକ୍ତର ହେବ । 

ଋିପୋର୍ଟ ଅନୁସାରେ ଏହି ଗାଁରେ ମୋଟ ୭୫ ପରିବାର ରହୁଥିବାବେଳେ ୫୧ ଜଣ ବଡ ବଡ ପଦବୀରେ କାମ କରୁଛନ୍ତି । , ୪୭ଜଣ ଆଇଏଏସ୍ ଆଇପିଏସ୍, ଏହାସହ ଗାରେ ଏଠିକାର ଜନ୍ମେଜୟ ସିଂ ନାମକ ବ୍ୟକ୍ତ ୱାର୍ଲ୍ଡ ବ୍ୟାଙ୍କରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି । କେବଳ ଆଇଏଇଏସ୍, ଆଇପିିଏସ୍ ନୁହଁନ୍ତି ଏଗାଁରୁ ବୈଜ୍ଞନିକ ବି ସୃଷ୍ଟି ହୋଇଛନ୍ତି । 
 

ଗ୍ରାମବାସୀଙ୍କ କହିବା କଥା, ଏ ଗାଁର ପିଲାଙ୍କ ଗୋଟିଏ ବିଶେଷତ୍ତ୍ୱ ହେଉଛି ସେମାନେ ଯେଉଁଥିରେ ମନୋନିବେଶ କରନ୍ତି ତାକୁ ପୂରଣ କରିବାଯାଏଁ ଲାଗିପଡନ୍ତି, ଯାହା ସେମାନଙ୍କ ସଫଳତାର କାରଣ ହୁଏ...