କନକ ବ୍ୟୁରୋ : ଭାରତରେ ୫ଜି ଟେକ୍ନୋଲଜି ସଫଳ ହେବା ପରେ ଏବେ ଦେଶ 6G ସେବା ଆଡ଼କୁ ବଢ଼ିବା ଆରମ୍ଭ କରିଛି । ଦ୍ରୁତ ଗତିରେ 6G ସେବାକୁ ବିକଶିତ କରିବା କାମ ଆରମ୍ଭ କରାଯାଇଛି । ୨୦୪୦ ସୁଦ୍ଧା ଯେଉଁଠି ଭାରତ ମହାକାଶ ଦୁନିଆର ସମ୍ରାଟ ହେବାକୁ ପ୍ରସ୍ତୁତ ହେଉଛି ସେଇଠି ୨୦୩୦ ସୁଦ୍ଧା ଦୁନିଆର ଟେକ୍ ଲିଡର୍ ହେବାର ସ୍ବପ୍ନ ମଧ୍ୟ ଦେଖୁଛି । ଭାରତକୁ ବିଶ୍ବଗୁରୁର ଉଦାହରଣ ଦେଇ ଏହି ଦୂରଦୃଷ୍ଟିକୁ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ ଭାରତରେ 6Gକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ।
/filters:format(webp)/kanak/media/media_files/2025/08/25/6g-2025-08-25-11-32-27.jpg)
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୪ , ଅଗଷ୍ଟ ମାସରେ ‘ମେଡ୍ ଇନ୍ ଇଣ୍ଡିଆ’ 6ଜି ଟେକ୍ନୋଲୋଜି ବିକଶିତ କରିବାକୁ ଘୋଷଣା କରାଯାଇଥିଲା । ଏହା ଉପରେ ଦ୍ରୁତ ଗତିରେ କାମ ମଧ୍ୟ ଚାଲିଛି ଏବଂ ୨୦୨୫ ଶେଷ ସୁଦ୍ଧା ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ଲଞ୍ଚ କରାଯିବ । ଭାରତ 6G ଟେକନିକ୍ ସହିତ କେବଳ ଡିଜିଟାଇଜେସନକୁ ବଢ଼ାଇବ ନାହିଁ ବରଂ ୱାର୍ଲ୍ଡ ଟେଲିକମ୍ ସେକ୍ଟରରେ ମଧ୍ୟ ଅଗ୍ରଣୀ ହୋଇପାରିବ । ଭାରତ ସରକାର ୨୦୨୩, ମାର୍ଚ୍ଚ ମାସରେ ‘ଭାରତ 6ଜି ଭିଜନ’ ପ୍ରସ୍ତାବିତ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ସରକାରଙ୍କର ଲକ୍ଷ୍ୟ ହେଉଛି ଲୋକଙ୍କୁ ଶସ୍ତା, ସୁନ୍ଦର ଏବଂ ଆନ୍ତର୍ଜାତୀୟ କନେକ୍ଟିଭିଟି ପ୍ରଦାନ କରିବା, ଯାହାଦ୍ୱାରା ପରସ୍ପର ସହିତ ଯୋଗାଯୋଗ ଏବଂ ଡିଜିଟାଲ ୱାର୍କିଙ୍ଗ୍ କ୍ଷମତା ବଢ଼ିବ ।
/filters:format(webp)/kanak/media/media_files/2025/08/25/modi-2025-08-25-11-32-55.jpg)
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ 6G ଟେକ୍ନୋଲଜି ୟୁଜର୍ସଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସ୍ପିଡ୍ ସହିତ ପ୍ରାୟ ଏକ TB ପ୍ରତି ସେକେଣ୍ଡ ଡାଟା ମିଳିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ନେଟୱାର୍କ ସହିତ ସାଟେଲାଇଟ୍ ବେଷ୍ଟ କନେକ୍ଟିଭିଟି ମିଳିବ । ହାଇ ବ୍ୟାଣ୍ଡୱିଡ୍ଥ ଏବଂ ସ୍ପିଡ୍ ପାଇଁ 6G ଟେକ୍ନୋଲଜିରେ ଟେରାହର୍ଟଜ ସ୍ପେକ୍ଟ୍ରମର ବ୍ୟବହାର ହେବ । ଏହି ଟେକ୍ନୋଲଜି ମାଧ୍ୟମରେ ଗ୍ରାମୀଣ ଏବଂ ଅପହଞ୍ଚ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ପହଞ୍ଚାଇବାକୁ ଟାର୍ଗେଟ ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ସାଇବର ସେଫ୍ଟି ସହିତ ରିୟଲ-ଟାଇମ୍ ଏପ୍ଲିକେସନ୍ସ, ମେଟାଭର୍ସ ଏବଂ ହୋଲୋଗ୍ରାଫିକ୍ କମ୍ୟୁନିକେସନ୍ ମଧ୍ୟ ସମ୍ଭବ ହୋଇପାରିବ । 6G ଟେକ୍ନୋଲଜି ଉପରେ କାମ କରିବା ପାଇଁ 6G ଇନୋଭେସନ ଗ୍ରୁପ୍ ୧ ନଭେମ୍ବର ୨୦୨୧ରେ ଗଠନ କରାଯାଇଥିଲା, ଯେଉଁଥିରେ ଇଣ୍ଡଷ୍ଟ୍ରି, ଏକାଡେମିକ୍ ଇନଷ୍ଟିଚ୍ୟୁଟ୍ସ, ରିସର୍ଚ୍ଚ ଅର୍ଗାନାଇଜେସନ ଏବଂ ସରକାର ସାମିଲ ଅଛନ୍ତି । ଏହି ଗ୍ରୁପ୍ ହିଁ 6G ଟେକ୍ନୋଲଜି ପାଇଁ ରୋଡମ୍ୟାପ୍ ଏବଂ ୱାର୍କ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏହି ଗ୍ରୁପର ଲକ୍ଷ୍ୟ ୬ ଟାସ୍କ ଫୋର୍ସ ମଲ୍ଟି-ଡିସିପ୍ଲିନାରି ସଲ୍ୟୁସନ୍, ସ୍ପେକ୍ଟ୍ରମ, ଡିଭାଇସ୍ ଏବଂ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡସ ଉପରେ କାମ କରିବା । ଭାରତ 6G ଆଲାଏନ୍ସ ୩ ଜୁଲାଇ ୨୦୨୩ ରେ ଗଠିତ ହୋଇଥିଲା, ଯାହା ଇଣ୍ଡଷ୍ଟ୍ରି, ଏକାଡେମିକ୍ ଇନଷ୍ଟିଚ୍ୟୁଟ୍ସ, ରିସର୍ଚ୍ଚ ଅର୍ଗାନାଇଜେସନର ସହଯୋଗୀ ମଞ୍ଚ ।
ଏହି ଆଲାଏନ୍ସ ସାରା ବିଶ୍ୱରେ 6G ଟେକ୍ନୋଲଜି ପ୍ରସ୍ତୁତ କରିଥିବା କମ୍ପାନୀଗୁଡ଼ିକ ସହିତ MoU ସାଇନ୍ କରିବାକୁ ଚାହୁଛି, ଯାହାଦ୍ୱାରା ଭାରତ ମଧ୍ୟ ନିଜର ଯୋଗଦାନ ଦେଇପାରିବ । ୨୦୨୩ ରେ ହୋଇଥିବା G20 ସମ୍ମିଳନୀରେ 6G ଟେକ୍ନୋଲଜିକୁ ନେଇ ଭାରତ-ଆମେରିକା ଚୁକ୍ତିନାମା ଏବଂ ୱାର୍ଲ୍ଡ 6G ଅର୍ଗାନାଇଜେସନ ସହିତ ମଧ୍ୟ ଚୁକ୍ତିନାମା ହୋଇସାରିଛି । ଦେଶର ସମସ୍ତ ୬ IITs ର ସହଯୋଗରେ 6G ଟେଷ୍ଟବେଡ୍ ତିଆରି କରାଯାଇଛି । ଯେଉଁଥିପାଇଁ ୨୨୪୦ ମିଲିୟନ ଇନଭେଷ୍ଟ କରାଯାଇଛି । ଟେଲିକମ୍ ଟେକ୍ନୋଲଜି ଡେଭଲପମେଣ୍ଟ ଫଣ୍ଡ (TTDF) ଅକ୍ଟୋବର ୨୦୨୨ ରେ ପ୍ରସ୍ତୁତ କରାଯାଇଥିଲା, ଯାହା ଅଧୀନରେ ୨୭୫.୮୮ କୋଟି ଟଙ୍କାରେ ୧୦୪ ପ୍ରୋଜେକ୍ଟ ଲଞ୍ଚ କରାଯିବ । ୧୦୦ 5G ଲ୍ୟାବ୍ ତିଆରି କରାଯାଇଛି, ଯାହା 6G ର ଲଞ୍ଚିଙ୍ଗ୍ ପାଇଁ ମ୍ୟାନପାୱାର ପ୍ରସ୍ତୁତ କରିବ ଏବଂ ରିସର୍ଚ୍ଚ କରିବ ।