କନକ ବ୍ୟୁରୋ :  ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ପାଗଳ କୁକୁର ଆତଙ୍କ । ଗୋଡାଇ ଗୋଡାଇ ୬ ଜଣଙ୍କୁ କାମୁଡି ଘାଇଲା କରିଛି ପାଗଳା କୁକୁର । ଭୋଗରାଇ ବ୍ଲକର କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ଗୋଟିଏ ପାଗଳ କୁକୁର ଅନେକ ଲୋକଙ୍କୁ କାମୁଡି ଆହତ କରିଛି ।

Advertisment

ସମସ୍ତ ଆହତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ କାମୁଡି ଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।