କନକ ବ୍ୟୁରୋ: ରାଷ୍ଟ୍ରପତି ହେଉଛନ୍ତି ଦେଶର ମୁଖ୍ୟ । କେବଳ ଦେଶର ମୁଖ୍ୟ ନୁହନ୍ତି ବରଂ ଦେଶର ପ୍ରଥମ ନାଗରିକ । ତେଣୁ ତାଙ୍କ ବ୍ୟକ୍ତିତ୍ବକୁ ନେଇ ସବୁବେଳେ ଚର୍ଚ୍ଚା ହେବା ସ୍ବାଭାବିକ କଥା । ସେ ଯେଉଁଠିକୁ ଗସ୍ତ କରନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଏ । ହେଲେ ପ୍ଲେନ୍ରେ ଯାଉଥିବା ବେଳେ ରାଷ୍ଟ୍ରପତିଙ୍କୁ ଯେବେ ଚାପୁଡ଼ା ମରାଯାଏ…କେବେ ଭାବିପାରୁଛନ୍ତି କି । ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଫ୍ରାନ୍ସରେ । ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ପ୍ଲେନ୍ରେ ନିଜ ପତ୍ନୀଙ୍କଠୁ ଶକ୍ତ ଚାପୁଡ଼ା ଖାଉଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ଭିଏତନାମ୍ରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ପରି ଘଟଣା
ବଢିଲା ଚର୍ଚ୍ଚା, ପ୍ରକୃତରେ ସତ କଣ
ଭିଏତନାମ୍ ଗସ୍ତରେ ଥିଲେ ଫ୍ରାନ୍ସ ରାଷ୍ଟ୍ରପତି । ଏହି ସମୟରେ ସେ ବିମାନରୁ ଓହ୍ଲାଇବା ବେଳେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଚାପୁଡ଼ା ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାର ଉଦ୍ଦେଶ୍ୟ ରଖି ମାକ୍ରନ ବର୍ତ୍ତମାନ ଦକ୍ଷିଣ ଏସିଆ ଗସ୍ତରେ ଅଛନ୍ତି । କୂଟନୈତିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ସେ ଭିଏତନାମା ଗସ୍ତରେ ଥିଲେ । ସେଠାକାର ହାନୋଇରେ ବିମାନ ଅବତରଣ କରିବା ପରେ ଯେତେବେଳେ ଗେଟ୍ ଖୋଲାଯାଇଥିଲା ଏଭଳି ଘଟଣା ଦେଖିବାକୁ ମିଳିଥିଲା ।
କୁହାଯାଉଛି କି, ବିମାନର ଗେଟ୍ ଖୋଲିବା ସମୟରେ ମାକ୍ରନଙ୍କ ପତ୍ନୀ ବ୍ରିଗେଟ୍ ମାକ୍ରନଙ୍କ ହାତ ତାଙ୍କ ମୁହଁରେ ବାଜୁଥିବାର ଦେଖିବାକୁ ମିଳିଛି । ବିମାନର ଦ୍ବାର ଖୋଲୁଥିବା କାରଣରୁ ମାକ୍ରନ ହଠାତ୍ ହଡବଡେଇ ଯାଇଥିଲେ । ତେବେ ତତ୍କ୍ଷଣାତ ସେ ନିଜକୁ ସମ୍ଭାଳି ନେଇଥିଲେ । ଅବଶ୍ୟ ଭାଇରାଲ ହେଉଥିବା ଭିଡ଼ିଓରେ ବ୍ରିଗେଟ୍ଙ୍କ ମୁହଁ ଦେଖାଯାଉନଥିଲା । ଖାଲି ଏତିକି ନୁହେଁ ବିମାନରୁ ଓହ୍ଲାଇବା ପରେ ପତି ଓ ପତ୍ନୀଙ୍କ ମଧ୍ୟରେ ସବୁକିଛି ଠିକ୍ ଥିବା ପରି ମନେ ବି ହେଉନଥିଲା । ଏମିତିକି ଫଟୋ ଉଠାଇବା ପୂର୍ବରୁ ମାକ୍ରନ ହାତ ଧରିବାକୁ ଚେଷ୍ଟା କରିଥିଲେ ବି ବ୍ରିଗେଟ୍ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
କଥାହେଲା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମେ ଏହି ଘଟଣାକୁ ଅସ୍ବୀକାର କରାଯାଇଥିଲା । ହେଲେ ପରେ ପରେ ଘଟଣାକୁ ସ୍ବୀକାର କରାଯାଇଥିଲା । ସେହିପରି ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ ଚାଲି ନଥିବା ନେଇ ଚର୍ଚ୍ଚା ବଢିଛି । ହେଲେ ଜଣେ ରାଷ୍ଟ୍ରପତିଙ୍କୁ ବିମାନ ଭିତରେ କେମିତି ପତ୍ନୀ ହାତ ଉଠାଇଥିଲେ ସେନେଇ କିନ୍ତୁ ବ୍ରିଗେଟ୍ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।