କନକ ବ୍ୟୁରୋ : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆସ୍ଥା ବିଶ୍ୱାସ ଓ ପରମ୍ପରାର ପର୍ବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ସହର ଉପକଣ୍ଠରେ ଥିବା ଜେନାଖାଲରୁ ସକାଳ ସାଢ଼େ ୫ଟାରେ ମା'ଙ୍କ ବିଜୟ ଛତର ବାହାରିଛି । ମଧ୍ୟ ରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ପରେ ମହାନବମୀର ପ୍ରାତଃ କାଳରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । 

Advertisment

ଭକ୍ତମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଇ ବର୍ଷଯାକ କିଭଳି ଶୁଭରେ କଟିବ ସେନେଇ ମାନସିକ କରିଛନ୍ତି । ଏଥିପାଇଁ ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ମାନସିକଧାରୀ ଭକ୍ତଙ୍କ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।  ପ୍ରାୟ ୨ଲକ୍ଷ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୫ପ୍ଲାଟୁନ ଫୋର୍ସ ଓ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ନିଯୋଜିତ କରାଯାଇଛି ।