ଧରାପୃଷ୍ଠକୁ ଅବତରଣ କରିବେ ମା’ ଜଗଦମ୍ବା : ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର

ପୂର୍ବ ପରମ୍ପରାକୁ ପୁଣି ଥରେ ଫେରାଇବା ପାଇଁ ଦାବି କରିଛନ୍ତି ଦୁର୍ଗାପୂଜା କମିଟି । ପୂଜା ପରେ ବସଷ୍ଟାଣ୍ଡରେ ମେଲଣ ସହ ପୁରସ୍କାର ପ୍ରଦାନ ପାଇଁ ପ୍ରଶାସନ ନିକଟରେ ବିଭିନ୍ନ ପୂଜା କମିଟି ପ୍ରସ୍ତାବ ରଖିଛନ୍ତି ।

navratri

navratri Photograph: (Google)

କନକ ବ୍ୟୁରୋ : ବ୍ରହ୍ମପୁରରେ ଦୁର୍ଗା ମେଢ଼ ମେଲଣକୁ ନେଇ ଉଠିଲା ଦାବି । ପୂର୍ବ ପରମ୍ପରାକୁ ପୁଣି ଥରେ ଫେରାଇବା ପାଇଁ ଦାବି କରିଛନ୍ତି ଦୁର୍ଗାପୂଜା କମିଟି । ପୂଜା ପରେ ବସଷ୍ଟାଣ୍ଡରେ ମେଲଣ ସହ ପୁରସ୍କାର ପ୍ରଦାନ ପାଇଁ ପ୍ରଶାସନ ନିକଟରେ ବିଭିନ୍ନ ପୂଜା କମିଟି ପ୍ରସ୍ତାବ ରଖିଛନ୍ତି । ଚାଲିଛି ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି କାମ । ତା’ ସାଙ୍ଗକୁ ଆଗେଇ ଚାଲିଛି ତୋରଣ ନିର୍ମାଣ । ଚଳିତ ବର୍ଷ ବ୍ରହ୍ମପୁରର କୋର୍ଟପେଟା, କମାପଲ୍ଲୀ, ବିଜିପୁର, ଗୋଷାଣୀ ନୂଆଗାଁ, ନୂଆ ବସ୍‌ଷ୍ଟାଣ୍ଡ ଛକ ଭଳି ୪୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଦେବୀ ଦୁର୍ଗା । ପୂର୍ବ ପରମ୍ପରା ଅନୁଯାୟୀ ଏଥର ସମସ୍ତ ମୂର୍ତ୍ତି ଗୋଟିଏ ସ୍ଥାନରେ ମେଳଣ କରି ଭସାଣି ଉତ୍ସବ କରିବାକୁ ଦାବି କରିଛନ୍ତି ବିଭିନ୍ନ ପୂଜା କମିଟି । ଅନ୍ୟପଟେ ଟ୍ରାଫିକ୍ ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏଭଳି କରିବାକୁ ରୋକଠୋକ୍ ମନା କରିଛି ପୁଲିସ । ପୂଜାକୁ ସୁରୁଖୁରୁରେ ସାରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂଜା ପେଣ୍ଡାଲରେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବେ ପୂଜା କମିଟି । ଏଥିସହ ପେଣ୍ଡାଲ ଭିତରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି । ପୂଜା ୪ ଦିନ ମଦ ବିକ୍ରି ଉପରେ କଟକଣା ଲଗାଯିବା ସହ ବେଆଇନ ମଦ ବିକ୍ରି ଉପରେ ତୀକ୍ଷ୍ଣ ନଜର ରଖିବ ପ୍ରଶାସନ ।
 

ବାଲି ବସ୍ତା ସହ ପାଣିଡ୍ରମ୍‌ ଓ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ବାଧ୍ୟତାମୂଳକ
ବିଦ୍ୟୁତ୍ ତାର ଠାରୁ ୬ ଫୁଟ୍‌ ଦୂରରେ ରହିବ ମଣ୍ଡପ
ପୂଜା ଓ ବିସର୍ଜନ ବେଳେ ଡିଜେ ବନ୍ଦ
ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟବହାର ନିଷେଧ 
୨୦ ଫୁଟ୍ ଭିତରେ ରହିବ ମେଢ଼ ଉଚ୍ଚତା
ପୂଜା ପେଣ୍ଡାଲରେ ନିଜ ନିଜ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ
ବାଲି ବସ୍ତା, ପାଣିଡ୍ରମ ଓ ଅଗ୍ନି ନିର୍ବାପକ ଯନ୍ତ୍ର ମହଜୁଦ ବାଧ୍ୟତାମୂଳକ
ମେଢ଼ ଉଚ୍ଚତା ୨୦ଫୁଟ୍ ରଖିବାକୁ ନିର୍ଦ୍ଦେଶ
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ କଟକଣା 
ଚାରି ଦିନ ଧରି ମଦ ବିକ୍ରି ଉପରେ କଟକଣା 
ବେଆଇନ ମଦ ବିକ୍ରି ଉପରେ ବିଶେଷ ଦୃଷ୍ଟି ଦେବାକୁ ବିଭାଗକୁ ନିର୍ଦ୍ଦେଶ 
ପେଣ୍ଡାଲ ଭିତରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ

ଯେଉଁମାନେ ନିୟମ ମାନି ପୂଜା କରିବେ ସେମାନଙ୍କୁ ସମ୍ମାନିତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe