କନକ ବ୍ୟୁରୋ: ଶାରଦୀୟ ପର୍ବରେ ଯୋଗଦେବା ପାଇଁ ସାନଭଉଣୀ କାଳିଜାଈଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ । ରାଜ୍ୟର ପ୍ରମୁଖ ଦୁର୍ଗାପୀଠମାନଙ୍କରେ ଶାରଦୀୟ ପୂଜା ପାଇଁ ପର୍ବ ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଶକ୍ତିପୀଠ ମା’ ଭଗବତୀଙ୍କ ନିକଟରେ ଚଳିତ ବର୍ଷ ଶାରଦୀୟ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ୟ୍ୟାୟରେ ସାନଭଉଣୀ କାଳିଜାଈଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ଲଳିତା ସପ୍ତମୀ ରାତିରେ ମା’ ଭଗବତୀ ଚିଲିକା ହ୍ରଦ ଗ୍ରସ୍ତ କରିଥିଲେ । ମା’ ଭଗବତୀଙ୍କ ପୀଠରେ ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ ଶାରଦୀୟ ଉତ୍ସବ ପାଳିତ ହୋଇଥିବା ବେଳେ ଏହି ସମୟରେ ରୀତିନୀତି ଅନୁଯାୟୀ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ମା’ ଭଗବତୀଙ୍କ ଷୋଡ଼ଷ ଦିନ ବ୍ୟାପୀ ଶାରଦୀୟ ପୂଜାରେ ଯୋଗଦେବା ପାଇଁ ମା’ ଭଗବତୀଙ୍କ ନିମନ୍ତ୍ରଣ କରାଯାଏ । ଲଳିତା ସପ୍ତମୀରେ ଚିଲିକାର ଆଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କୁ ନିମନ୍ତ୍ରଣ କରିବା ପାଇଁ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପାଳିଆମାଳି, ପୂଜକ, ଘଣ୍ଟୁଆ, ମଶାଲଧାରି ପ୍ରଭୂତି ସେବକଙ୍କ ଗହଣରେ ମନ୍ଦିରରୁ ବାହାରି ଚିଲିକା କୂଳରେ ବିଜେ ହୋଇଥିଲେ । ମା’ ଭଗବତୀ ଏକ ସୁସଜ୍ଜିତ ଡ଼ଙ୍ଗାରେ ଚିଲିକା ହ୍ରଦ ମଧ୍ୟକୁ ଯାଇ ସାନଭଉଣୀ କାଳିଜାଈଙ୍କୁ ନିମନ୍ତ୍ରଣ କରିବା ସହ ତାଙ୍କର ଆଜ୍ଞାମାଳ ଗ୍ରହଣ କରିଥିବା ବେଳେ ଚିଲିକାରେ ଜଳକ୍ରିଡ଼ା କରିଥିଲେ । ବାଲୁଗାଁ ସାମନ୍ତରାପୁର ସାହିର ସାମନ୍ତରାୟ ପରିବାରଙ୍କ ଭୋଗ ଖାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଶାରଦୀୟ ପାର୍ବଣରେ ଯୋଗଦେବାକୁ କାଳିଜାଈଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ: ପୂଜକ, ଘଣ୍ଟୁଆ, ମଶାଲଧାରୀଙ୍କ ସହିତ ଚିଲିକା କୂଳରେ ବିଜେକଲେ ମା’ଙ୍କ ଚଳନ୍ତି ପ୍ରତିମା
ରଦୀୟ ପର୍ବରେ ଯୋଗଦେବା ପାଇଁ ସାନଭଉଣୀ କାଳିଜାଈଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ । ରାଜ୍ୟର ପ୍ରମୁଖ ଦୁର୍ଗାପୀଠମାନଙ୍କରେ ଶାରଦୀୟ ପୂଜା ପାଇଁ ପର୍ବ ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଶକ୍ତିପୀଠ ମା’ ଭଗବତୀଙ୍କ ନିକଟରେ ଚଳିତ ବର୍ଷ ଶାରଦୀୟ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।