କନକ ବ୍ୟୁରୋ : ମାଓ ସଂଗଠନକୁ ଶକ୍ତ ଝଟକା । ଆତ୍ମସମର୍ପଣ କଲେ ମାଓ ସଂଗଠନର ଦୁଇ ଜଣ ଟପ୍ ମାଓନେତା । କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଶୀର୍ଷ ନେତା ମଲ୍ଲୋଜୁଲା ବେଣୁଗୋପାଳ ରାଓ ଏବଂ ମାଓ ସଂଗଠନର ମୁଖପାତ୍ର ମୋଷ୍ଟ ୱାଣ୍ଟେଡ୍ ଟକା ପଲି ବାସୁଦେବ ରାଓ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ପୁଲିସ ନିକଟରେ ମୋଷ୍ଟ ୱାଣ୍ଟେଡ ମାଓନେତା ଏମ ବେଣୁଗୋପାଳ ଓ ଟକା ପଲି ବାସୁଦେବ ରାଓ । ତେଲେଙ୍ଗାନା ଡିଜିପି ବି. ଶିବଧର ରେଡ୍ଡୀଙ୍କ ନିକଟରେ ଏହି ଦୁଇ ମୋଷ୍ଟ ୱାଣ୍ଡେଡ ମାଓନେତା ଆତ୍ମସମର୍ପଣ କରିବା ଲାଲବାହିନୀ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି । ବେଣୁ ଗୋପାଳଙ୍କ ଭାଇ ହେଉଛନ୍ତି ମାଓବାଦୀ ସଂଗଠନର ପଲିଟ ବ୍ୟୁରୋ ସଦସ୍ୟ କିଶନଜୀ । ଗତ ୨୦୧୧ ନଭେମ୍ୱର ୨୪ ତାରିଖରେ ଏନକାଉଣ୍ଟରରେ କିଶନଜୀ ମୃତ୍ୟୁବରଣ କରିଥିଲେ । କିଶନଜୀଙ୍କ ପତ୍ନୀ ତାରାକା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ମାଓ ସଂଗଠନର ମୁଖ୍ୟ ବାସବରାଜୁଙ୍କ ମୃତ୍ୟୁ ପରେ ମୁଖ୍ୟ ଭାବେ ଦାବିଦାର ରହିଥିଲେ ଏମ୍ ବେଣୁଗୋପାଳ । କିନ୍ତୁ ସମୟକ୍ରମେ ଦେବଜୀଙ୍କୁ ହାତକୁ ସଂଗଠନର କମାଣ ଦେଇଥିଲେ ମାଓବାଦୀ । ଏବେ ଏମ୍ ବେଣୁଗୋପାଳ ଆତ୍ମସମର୍ପଣ କରିବା ମାଓବାଦୀ ସଂଗଠନ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି ।
ଆତ୍ମସମର୍ପଣ କଲେ ଦୁଇ ଟପ୍ ମାଓବାଦୀ ନେତା : ଏମ୍ ବେଣୁଗୋପାଳ ଓ ଟକା ପଲି ବାସୁଦେବ ରାଓଙ୍କ ଆତ୍ମସମର୍ପଣ
କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଶୀର୍ଷ ନେତା ମଲ୍ଲୋଜୁଲା ବେଣୁଗୋପାଳ ରାଓ ଏବଂ ମାଓ ସଂଗଠନର ମୁଖପାତ୍ର ମୋଷ୍ଟ ୱାଣ୍ଟେଡ୍ ଟକା ପଲି ବାସୁଦେବ ରାଓ ଆତ୍ମସମର୍ପଣ କରିଛନ୍ତି ।
/kanak/media/media_files/2025/10/04/maoist-2-2025-10-04-08-04-26.jpg)