କନକ ବ୍ୟୁରୋ: ପରଲୋକରେ ଗୀତିକବି ବୃନ୍ଦାବନ ଜେନା। ୮୭ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଏସସିବିରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
କିଛି ଦିନ ପୂର୍ବରୁ ତାଙ୍କର ବ୍ରେନଷ୍ଟ୍ରୋକ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ପାଖାପାଖି ୩୦ଟି ଚଳଚିତ୍ରରେ ଗୀତ ରଚନା କରିବା ସହ ୮ଟି ସିନେମାରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଦୁଇଟି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।
ପ୍ରତିଟି ସଙ୍ଗୀତ ପେମ୍ରୀଙ୍କ ଅତି ପ୍ରିୟ ଗୀତ, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଏମିତି ରାତି ଏ ଯେ ଅଭୂଲା ସ୍ମୃତି, ବନପକ୍ଷୀ ଝୁରେରେ , ପୀରତି ତୋର ଦୂରୁ ଜୁହାର, ଚନ୍ଦ୍ରିକା ତୁମେ ଝରାଫୁଲ ପରି କାଳଜୟୀ ସଙ୍ଗୀତର ସେ ସ୍ରଷ୍ଟା । ୨୦୦୮ରେ ସେ ଓଡିଶା ସାହିତ୍ୟ ଏକାଡେମୀ, ୨୦୦୫ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ , ୨୦୦୬ରେ ଓଡିଆ ଗୀତିକବି ସମ୍ମାନ, ୨୦୧୧ରେ ସମ୍ମାନଜନକ ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଦତ୍ତ ଜୀତିକବି ସମ୍ମାନରେ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଆଜି ତାଙ୍କର ପରଲୋକରେ ସାହିତ୍ୟ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।