କନକ ବ୍ୟୁରୋ: ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ହଂସିତାଙ୍କ ଦାମୀ ଗାଡ଼ି ସିଜ୍। ପୋର୍ସେ ଓ ଜାଗୁଅର ଗାଡ଼ି ଜବତ କରିଛି କମିଶନରେଟ୍ ପୋଲିସ। ଠକ ହଂସିତାଙ୍କ ଦାମୀ ଗାଡ଼ି ଲାଇନ୍ରେ କମିଶନରେଟ୍ ପୋଲିସ ଅଫିସ୍ ଆଗରେ ଛିଡ଼ା ହୋଇଛି। ଗତକାଲି ପୋଲିସ ହଂସିତାଙ୍କ ମର୍ସିଡିଜ୍ କାର ଜବତ କରିଥିଲା ପୋଲିସ। ଏବେ ଆଉ ଦୁଇଟି ଗାଡ଼ି ଜବତ କରିଛି ପୋଲିସ।
ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଦିନିକିଆ ରିମାଣ୍ଡ ଶେଷ ପରେ ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ । ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଦୁହିଁଙ୍କ ଟଙ୍କାର ଉତ୍ସ ନେଇ କରିଛି ଖୋଳତାଡ଼ । ନଗଦ ଟଙ୍କା ଦେଇ ଦାମୀ ଗାଡ଼ି କିଣିବା କେମିତି ସମ୍ଭବ ହେଲା ଜେରା କରୁଛି ପୋଲିସ । କଳାହାଣ୍ଡି ନର୍ଲାରୁ ଆସିଥିବା ହଂସୀତା, ଏକ ସ୍ପା'ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/11/SqXQByMKToJRTNEuyZr9.jpg)