କନକ ବ୍ୟୁରୋ : ତାମିଲନାଡୁର ଚେନ୍ନାଇ ପୁଲିସ ରାଜସ୍ଥାନରୁ ଜଣେ ଚୋରକୁ ଗିରଫ କରିଛି ଯିଏ ଗତ ୨୦ ବର୍ଷ ଧରି ଚୋରି କାମରେ ଲିପ୍ତ ଥିଲା । ୨୦ ବର୍ଷ ଭିତରେ ୧୦୦ ରୁ ଅଧିକ କାର୍ ଚୋରି କରି ସେହି କାରକୁ ବିକି ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲା ଏହି ଚୋର । ଗୋଟିଏ ସ୍ଥାନରୁ ନୁହେଁ ଭିନ୍ନ ଭିନ୍ନ ଜାଗାରୁ କାର୍ ଚୋରି କରୁଥିଲା। ତାମିଲନାଡୁ , କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶ , ପୁଡୁଚୋରୀ ଭଳି ଅନେକ ରାଜ୍ୟରୁ ଦାମୀ ଗାଡ଼ି ଚୋରି କରି ରାଜସ୍ଥାନ ଏବଂ ନେପାଳରେ ବିକୁଥିଲା ଏହି ଚୋର । ତେବେ ଚୋରର ପର୍ଦ୍ଦାଫାସ ସେତେବେଳେ ହେଲା ଯେତେବେଳେ ଚେନ୍ନାଇର ଅନ୍ନାନଗରରୁ କାର୍ ଚୋରି ହେଲା ଏବଂ ଚୋର ପୁଡୁଚେରୀରେ ଲୁଚିଥିବା ନେଇ ପୁଲିସକୁ ସନ୍ଦେହ ହେଲା । ଚୋର ସତେନ୍ଦ୍ର ଶିଖାୱତକୁ ପୁଲିସ ଗିରଫ କଲା । ପଚରାଉଚରା ପରେ କୋର୍ଟକୁ ନେଇ ପୁଲିସ ଚୋରକୁ ଜେଲ୍ ପଠାଇ ଦେଇଛି ।
/filters:format(webp)/kanak/media/media_files/2025/07/21/chennai-luxury-car-thief-2025-07-21-16-55-53.jpg)
ଚେନ୍ନାଇର ଅନ୍ନାନଗର ସ୍ଥିତ କାଥିରାବନ କଲୋନୀରେ ଜଣେ ବ୍ୟକ୍ତି ନିଜ ଦାମୀ ଗାଡ଼ିକୁ ଘର ବାହାରେ ପାର୍କ କରିଥିଲେ । ସକାଳୁ ସକାଳୁ ଉକ୍ତ ସ୍ଥାନକୁ ଜଣେ ବ୍ୟକ୍ତି ଆସିଲେ ଏବଂ କାର୍ ଚୋରି କରି ନେଇଗଲେ । ପୁଲିସ ସିସିଟିଭି ଯାଞ୍ଚ୍ କରି ଚୋରକୁ ପୁଡୁଚେରୀରୁ କାବୁ କରିବାରେ ସଫଳ ହୋଇଛି । ଯାଞ୍ଚରୁ ଜଣାପଡ଼ିଛି କି ସତେନ୍ଦ୍ର ଜଣେ ଏମବିଏ ଗ୍ରାଜୁଏଟ୍ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର । ଗତ ୨୦ ବର୍ଷ ଧରି ସତେନ୍ଦ୍ର ଅତ୍ୟାଧୁନିକ ଉପକରଣ ମାଧ୍ୟମରେ ଚୋରି କରି ଆସୁଥିଲେ । ସେ ୧୦୦ ରୁ ଅଧିକ ଦାମୀ କାର୍ କିଣି ନେପାଳ ଏବଂ ରାଜସ୍ଥାନରେ ବିକି ଅଏସରେ ଜୀବନ ଉପଭୋଗ କରୁଥିଲା ।