କନକ ବ୍ୟୁରୋ : ବାୟୁ ପ୍ରଦୂଷଣ ଭାରତରେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଜଣା ପଡିଛିି । ଜାହା ଫୁସଫୁସ କର୍କଟ ରୋଗ ବୃଦ୍ଧିରେ ବିଶେଷ ପ୍ରଭାବ ପକାଇଛି । ଯାନବାହନରୁ ନିର୍ଗତ ଦୂଷିତ ବାୟୁ, ଶିଳ୍ପାନୁଷ୍ଠାନରୁ ନିର୍ଗତ ଦୂଷିତ ଧୂଳିକଣା ଓ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥରୁ ନିର୍ଗତ ବାସ୍ପ ଯୋଗୁଁ ଦେଶବାସୀ ପ୍ରଦୂଷିତ ବାୟୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।  ଭାରତବର୍ଷ ବିଶ୍ୱବ୍ୟାପୀ ପ୍ରଦୂଷଣ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ୨୦୨୧-୨୦୨୩ ପର୍ଯ୍ୟନ୍ତ ଭାରତରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ୧୫୧ ରେକର୍ଡ କରାଯାଇଛି ଯାହା ଅସ୍ୱାସ୍ଥ୍ୟକର ବାୟୁ ଗୁଣବତ୍ତା  ସ୍ତର ଭାବରେ ବିବେଚନା କରାଯାଏ ।

Advertisment

ଅନେକ ଗବେଷଣକାରି ସଂସ୍ଥା ମାନେ ବାୟୁ ପ୍ରଦୂଷଣ ଏବଂ ଫୁସଫୁସ କର୍କଟ ରୋଗ ମଧ୍ୟରେ ଏକ ଦୃଢ ସମ୍ପର୍କ ସ୍ଥାପନ କରୁଛି ବୋଲି  କହିଛନ୍ତି । ପରୀକ୍ଷାରୁ ଜଣା ପଡିଛି ଯେ, କଣିକା ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା ୩୦ ପ୍ରତିଶତ ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇପାରେ । ଡବ୍ଲୁଏଚଓ ବାୟୁ ପ୍ରଦୂଷଣକୁ କର୍କିନୋଜେନ ଭାବରେ ଶ୍ରେଣିଭୂକ୍ତ କରିଛି । ଅନୁମାନ କରାଯାଏ ଯେ, ଭାରତରେ ପ୍ରତି ବର୍ଷ ପ୍ରାୟ ୬୭,୦୦୦ ଲୋକ ଫୁସଫୁସ୍ କର୍କଟ ରୋଗରେ ଶିକାର ହୋଇପାରନ୍ତି ।  ଯାହା ପ୍ରତିବର୍ଷ ଘଟୁଥିବା ଉଚ୍ଚ ସ୍ଥରର ବାୟୁ ପ୍ରଦୂଷଣ କାରଣରୁ ହୋଇପାରେ ।

ସିନିୟର କନସଲଟାଣ୍ଟ ମେଡିକାଲ ଅଙ୍କୋଲଜି ଇନ୍ଦ୍ରପ୍ରସ୍ତ ଆପୋଲୋ ମେଡିକାଲର ବରିଷ୍ଠ ଡାକ୍ତର ମନୀଷ ସିଙ୍ଗଲ କହିଛନ୍ତି ଯେ, ଫୁସଫୁସ କର୍କଟ ରୋଗ ପାଇଁ ଦାୟୀ ପ୍ରାଥମିକ ପ୍ରଦୂଷଣରେ ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ ଡାଇଅକ୍ସଇଡ ଏବଂ ସଲଫର୍ ଡାଇଅକ୍ସଇଡ ଅର୍ନ୍ତଭୂକ୍ତ । ଏହି ପ୍ରଦୂଷକ ଫୁସଫୁସର ଗଭୀରତାକୁ ଯାଇ ରକ୍ତରେ ମିଶିପାରେ । ଏହି ରୋଗ ମୁଖ୍ୟତ ଅତ୍ୟଧିକ ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କ ପାଖରେ ଦେଖିବା ପାଇଁ ମିଳିଥାଏ । 

ବାୟୁ ପ୍ରଦୂଷଣରୁ ହେଉଥିବା ଫୁସଫୁସ କର୍କଟ ରୋଗରୁ ନିଜକୁ ରକ୍ଷା କରିବା ପାଇଁ କିଛି ନିରାକରଣ ଉପାୟ
-    ଏୟାର ପ୍ୟୁରିଫାୟର ବ୍ୟବହାର କରନ୍ତୁ; ପବନ ବିଶୁୁଦ୍ଧି କରଣ କରିବା ପାଇଁ ଆପଣଙ୍କ ଘର ଏକ ହେପା ଫିଲ୍ଟର ଲଗାଇପାରିବେ ଯାହାକି ଧୂଳିକଣାକୁ ଛାଣି ବାୟୁ ପ୍ରଦୂଷଣ ମାତ୍ରାକୁ କମ କରିବ 
-    ମାସ୍କ ବ୍ୟବହାର କରନ୍ତୁ; ଯେତେବେଳେ ବାୟୁ ଗୁଣବତ୍ତା ଖରାପ ହୁଏ ସେତେବେଳେ ମାସ୍କ ପିନ୍ଧିବା ଦ୍ୱାରା ହାନିକାରକ ପ୍ରଦୂଷଣରୁ ରକ୍ଷା ପାଇପାରିବେ 
-    ଏକ ସୁସ୍ତ ଜୀବନ ଶୈଳୀ ଗ୍ରହଣ କରନ୍ତୁ; ଏହା ଆପଣଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ 
-    ଅଧିକ ପାଣି ପିଅନ୍ତୁ ଓ ଆଣ୍ଟିଅକସେଡଣ୍ଡ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ