କନକ ବ୍ୟୁରୋ: ଟ୍ରାଙ୍କୁଲାଇଜ ହେଲା ପାଗଳ ମାଙ୍କଡ଼ । କିଛି ଦିନ ହେଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ଘଣ୍ଟିଖାଲ ଗାଁରେ ପାଗଳ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଥିଲା । ଗାଁର ୭ରୁ ଉର୍ଦ୍ଧ ଲୋକଙ୍କୁ ଆକ୍ରମଣ କରି ଆହତ କରିଥିଲା । ଯାହାକୁ ନେଇ ଗାଁ ଲୋକମାନେ ଭୟଭୀତ ଥିଲେ । ଲୋକଙ୍କ ଅଭିଯୋଗ ପରେ ମାଙ୍କଡ଼କୁ ଧରିବା ପାଇଁ ନନ୍ଦନକାନନରୁ ଏକ ଟ୍ରାଙ୍କୁଲାଇଜ୍ ଟିମ୍ ସହିତ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ଗଛ ଡାଳରେ ଲୁଚିରହିଥିବା ଟ୍ରାଙ୍କୁଲାଇଜ୍ କରିଥିଲେ । ଏହାପରେ ବନବିଭାଗ ମାଙ୍କଡ଼ଟିକୁ ଧରିବାରେ ସଫଳ ହୋଇଛି ।
ଗାଁରେ ପାଗଳ ମାଙ୍କଡ ଆତଙ୍କ ! ଟ୍ରାଙ୍କୁଲାଇଜ୍ କଲେ ନନ୍ଦନକାନନ କର୍ମଚାରୀ
ଆଠଗଡ଼ ଘଣ୍ଟିଖାଲ ଗାଁରେ ମାତିଛି ପାଗଳ ମାଙ୍କଡ । ଆକ୍ରମଣରେ ୭ରୁ ଅଧିକ ଆହତ । ଗାଁରେ ଆତଙ୍କ ପରେ ଟ୍ରାଙ୍କୁଲାଇଜ କଲେ ନନ୍ଦନକାନନ କର୍ମଚାରୀ ।