chandra grahan horoscope Photograph: (KanakNews)
ମେଷ: ଚନ୍ଦ୍ରଗ୍ରହଣ ଆପଣଙ୍କ ପଞ୍ଚମ ଘରେ ହେବ। ଗ୍ରହଣର ପ୍ରଭାବ କିଛି ଶାରୀରିକ ଅସୁବିଧାର କାରଣ ହୋଇପାରେ। ଚନ୍ଦ୍ରଗ୍ରହଣ ସମୟରେ ଜୋରରେ ମନ୍ତ୍ର ଜପ କରନ୍ତୁ।
ବୃଷ: ଚନ୍ଦ୍ର ଗ୍ରହଣ ଲାଭ ଦେବ। ଆର୍ଥିକ ଲାଭ ପାଇଁ ସୁଯୋଗ ମିଳିବ। ଚନ୍ଦ୍ରଗ୍ରହଣ ପରେ ୧୫ଦିନ ମା’ଙ୍କ ସହ ଝଗଡ଼ା କରନ୍ତୁ ନାହିଁ। ଈଶ୍ବର ଭକ୍ତିରେ ମନ ଲଗାନ୍ତୁ । ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବେ।
ମିଥୁନ : ଗ୍ରହଣର ପ୍ରଭାବ ଭାଇଭଉଣୀଙ୍କ ଧନ ବୃଦ୍ଧି କରିବ। ସେମାନଙ୍କଠାରୁ ଆର୍ଥିକ ସହାୟତା ମଧ୍ୟ ପାଇବେ। ଚନ୍ଦ୍ରଗ୍ରହଣ ସମୟରେ ଦେବୀ ଦୁର୍ଗାଙ୍କ ମନ୍ତ୍ର ଜପ କରନ୍ତୁ। ଗ୍ରହଣ ପରେ ସଫେଇ କର୍ମଚାରୀଙ୍କୁ ଗହମ ଓ ଗୁଡ଼ ଦାନ କରନ୍ତୁ।
କର୍କଟ : ଆର୍ଥିକ ଚିନ୍ତା ଆସିବ। ଚିନ୍ତାକୁ ଦୂର କରିବାକୁ ମା’ କିମ୍ବା ବୃଦ୍ଧା ମହିଳାଙ୍କ ପାଦ ସ୍ପର୍ଶ କରନ୍ତୁ। ତାଙ୍କ ଆଶୀର୍ବାଦ ନିଅନ୍ତୁ। ମା’ କିମ୍ବା ଶାଶୂଙ୍କୁ ଦୁଇ ମୁଠା ଚାଉଳ ମାଗି ସବୁବେଳେ ନିଜ ପାଖରେ ଏକ ଧଳା ବ୍ୟାଗରେ ରଖନ୍ତୁ।
ସିଂହ : ଗ୍ରହଣର ପ୍ରଭାବ କିଛି ସ୍ୱାସ୍ଥ୍ୟ ଚିନ୍ତା ସୃଷ୍ଟି କରିପାରେ। ମୁକ୍ତି ପାଇଁ ଏକ ବଟଗଛ ମୂଳରେ ପାଣି ଦିଅନ୍ତୁ। ଗ୍ରହଣ ପରେ ଏକ ରୁପା ଗ୍ଲାସରେ କ୍ଷୀର କିମ୍ବା ପାଣି ପିଅନ୍ତୁ।
କନ୍ୟା: ବୈବାହିକ ସୁଖ ପ୍ରଭାବିତ ହେବ। ପାରିବାରିକ ଚିନ୍ତା ଦୂର କରିବାକୁ ଗ୍ରହଣ ପୂର୍ବରୁ ନିମ ପତ୍ର ସଂଗ୍ରହ କରନ୍ତୁ। ଗ୍ରହଣ ସମୟରେ ପ୍ରାୟ ଦେଢ଼ ଲିଟର ପାଣିରେ ବୁଡ଼ାନ୍ତୁ। ଗ୍ରହଣ ପରେ, ପତ୍ର ସହିତ ଏହି ପାଣି ଗଛ ମୂଳରେ ଢାଳନ୍ତୁ।
ତୁଳା : ଆୟ ବଢ଼ିବ। ଇଚ୍ଛା ପୂରଣ ହେବ। ଗ୍ରହଣର ପ୍ରଭାବ ସକାରାତ୍ମକ ହେବ। ଖୁସି ପାଇବେ। ଭୈରବ ମନ୍ଦିରରେ କ୍ଷୀର ଅର୍ପଣ କରନ୍ତୁ। ଏହି କ୍ଷୀରକୁ ଜଣେ ଶ୍ରମିକଙ୍କୁ ଖାଇବାକୁ ଦିଅନ୍ତୁ।
ବିଛା : ଏହି ଗ୍ରହଣ ଆପଣଙ୍କର ଓ ଆପଣଙ୍କ ପିତାଙ୍କ କ୍ୟାରିଅରକୁ ପ୍ରଭାବିତ କରିବ। ଉଭୟ ମାନସିକ କଷ୍ଟ ଅନୁଭବ କରିପାରନ୍ତି। ମୁକ୍ତି ପାଇଁ ଚନ୍ଦ୍ରଗ୍ରହଣ ପରେ କ୍ଷୀର ପିଇବାରୁ ଦୂରେଇ ରୁହନ୍ତୁ।
ଧନୁ: ଜୀବନରେ ଉତ୍ଥାନ-ପତନ ଆଣିବ ଏ ଗ୍ରହଣ। ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ମନ୍ଦିରରେ ଧଳା ଚାଉଳର ପାତ୍ର ରଖନ୍ତୁ ଏବଂ ଗ୍ରହଣ ପରେ ଦାନ କରନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ, ଚାରୋଟି ଶୁଖିଲା ନଡ଼ିଆ ପାଣିରେ ଭସାନ୍ତୁ।
ମକର: ଗ୍ରହଣ ପ୍ରଭାବରେ ଦୀର୍ଘାୟୁ ହେବେ। ଆର୍ଥିକ ଲାଭ ମିଳିବ। ଚନ୍ଦ୍ରଙ୍କ ମନ୍ତ୍ର ଜପ କରନ୍ତୁ। ଗ୍ରହଣ ପରେ ମନ୍ଦିରରେ ଚଣା ଦାନ କରନ୍ତୁ। ପୂର୍ଣ୍ଣିମା ରାତିରେ ଖିରି ଓ ପୁରି ଦାନ କରନ୍ତୁ।
କୁମ୍ଭ : ଏ ଗ୍ରହଣ ଜୀବନସାଥୀଙ୍କ ସହିତ ସମ୍ପର୍କକୁ ପ୍ରଭାବିତ କରିବ। ଆର୍ଥିକ କ୍ଷତି ହେବ। ଧନହାନି ସହିପାରନ୍ତି। ରକ୍ଷା ପାଇବାକୁ ଗ୍ରହଣ ପରେ ତୁରନ୍ତ କ୍ଷୀର ଦାନ କରନ୍ତୁ। ଗ୍ରହଣ ସମୟରେ, ଆପଣଙ୍କ ଓଜନର ଦଶମାଂଶ ଚାଉଳ ବାହାର କରି ଘରେ ସବୁଦିନ ପାଇଁ ରଖନ୍ତୁ।
ମୀନ : ସ୍ୱାସ୍ଥ୍ୟରେ ଅବନତି ଆସିପାରେ। ମୁକ୍ତି ପାଇଁ ଗ୍ରହଣ ସମୟରେ କାହାକୁ ଗୁପ୍ତ କଥା କୁହନ୍ତୁ ନାହିଁ। ଗ୍ରହଣ ପରେ ଏକ ଠେକୁଆକୁ ଖାଇବାକୁ ଦିଅନ୍ତୁ।
Follow Us