ମାର୍ଚ୍ଚ ୩ ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ : ଗ୍ରହଣରେ ରୋଷେଇ କଲେ କି ଖାଇଲେ କ’ଣ ହୁଏ ? କ’ଣ କୁହେ ବିଶ୍ବାସ ଓ ବିଜ୍ଞାନ ?

Advertisment

ଏହି ଦିନ ଚନ୍ଦ୍ର ସିଂହ ରାଶିରେ ରହିବେ । ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ତେଣୁ ଏଠାରେ ସୂତକ କାଳ ମଧ୍ୟ ଦେଖାଯିବ । ତେବେ ଗ୍ରହଣ ଆସିଲେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ଖାଇବା ଦ୍ବାରା କ’ଣ ହେବ ?

ଏହି ଦିନ ଚନ୍ଦ୍ର ସିଂହ ରାଶିରେ ରହିବେ । ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ତେଣୁ ଏଠାରେ ସୂତକ କାଳ ମଧ୍ୟ ଦେଖାଯିବ । ତେବେ ଗ୍ରହଣ ଆସିଲେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ଖାଇବା ଦ୍ବାରା କ’ଣ ହେବ ?

chandra grahan

chandra grahan Photograph: (kanakNews)

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣମୀରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ପୁରୀକୁ ଏହା ଦିନ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ସ୍ପର୍ଶ କରିବ। ତେଣୁ ଉକ୍ତ ଦିନ ସୂର୍ଯ୍ୟୋଦୟ ପରଠୁ ଦେବନୀତି ନିଷେଧ ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ବର୍ଷର ସବୁଠାରୁ ଦୀର୍ଘ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି । ଏହି ଦିନ ଚନ୍ଦ୍ର ସିଂହ ରାଶିରେ ରହିବେ । ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ତେଣୁ ଏଠାରେ ସୂତକ କାଳ ମଧ୍ୟ ଦେଖାଯିବ । ତେବେ ଗ୍ରହଣ ଆସିଲେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ଖାଇବା ଦ୍ବାରା କ’ଣ ହେବ ? ତେବେ ଆସନ୍ତୁ ମିଥ୍ ଏବଂ ସାଇନ୍ସ ଭିତରେ ଥିବା ଏହି ଫରକ ବିଷୟରେ ଜାଣିବା । 

ଆଗକୁ ପଢ଼ନ୍ତୁ : ଅଚାନକ ଆସେନି ମୃତ୍ୟୁ ! ମୃତ୍ୟୁ ପୂର୍ବରୁ ମିଳେ ଏମିତି ସଂକେତ , କ’ଣ କୁହେ ଗରୁଡ଼ ପୁରାଣ ?

ମିଥ୍ ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ମହିଳା ବାହାରକୁ ଗଲେ ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼େ । ପିଲା ଉପରେ ଦାଗ ଦେଖାଯାଏ । କିନ୍ତୁ ବିଜ୍ଞାନକୁ ଯଦି ଦେଖିବା ଏହାର କୌଣସି ବୈଜ୍ଞାନିକ ପ୍ରମାଣ ଦେଖିବାକୁ ମିଳେନାହିଁ । ଶିଶୁର ଶାରୀରିକ ଗଠନ ଗ୍ରହଣ ଯୋଗୁଁ ନୁହେଁ ବରଂ ଗର୍ଭରେ ଥିବା ଡିଏନଏ ଏବଂ ବିକାଶ ପ୍ରକ୍ରିୟା ସହିତ ଜଡ଼ିତ ହୋଇଥାଏ । ମିଥ୍ ଅନୁସାରେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଏବଂ ପ୍ରସ୍ତୁତ କରିବା ଦ୍ବାରା ସେହି ଖାଦ୍ୟ ବିଷାକ୍ତ ହୋଇଯାଏ । ବିଜ୍ଞାନକୁ ଯଦି ଦେଖିବା ଗ୍ରହଣ ଲାଗିଲେ ଭୋଜନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ପୂର୍ବ କାଳରେ ଖାଦ୍ୟକୁ ସତେଜ ରଖିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନେଉଥିଲେ କାରଣ ସେତେବେଳେ ଫ୍ରିଜ୍ ନଥିଲା ତେଣୁ ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ଥିଲା । ତେଣୁ ସେହିଠାରୁ ଏହି ମାନ୍ୟତା ଆରମ୍ଭ ହେଲା ବୋଲି ବୈଜ୍ଞାନିକ କୁହନ୍ତି ।

 

ଅନ୍ୟ ଏକ ମିଥ୍ ଅନୁସାରେ ଗ୍ରହଣ ସମୟରେ ଆକାଶକୁ ଚାହିଁଲେ ଆଖି ଖରାପ ହୋଇଯାଏ । ତେବେ ବିଜ୍ଞାନକୁ ଯଦି ଅବଲୋକନ କରିବା ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିଲେ ଆଖି ଖରାପ ହେବା ସମ୍ଭାବନା ଥାଏ କିନ୍ତୁ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ସୁରକ୍ଷିତ । ଖାଲି ଆଖିରେ ଦେଖିଲେ ଏହାର ପ୍ରଭାବ ସେତେ ପଡ଼େନାହିଁ । ଏହି ତାଲିକାରେ ଆଉ ଏକ ମିଥ୍ ମଧ୍ୟ ରହିଛି ଗ୍ରହଣ ସମୟରେ ଘରେ ରଖିଥିବା ପାଣି ଏବଂ ଗଛ ଦୂଷିତ ହୋଇଯାଏ । ଏହି ସମୟରେ ସ୍ନାନ ନକରିବା ଏବଂ ପୂଜାପାଠ ନକଲେ ପାପ ଲାଗେ । ଏହାର ବିଜ୍ଞାନକୁ ଯଦି ଦେଖିବା ପାଣି ଏବଂ ଗଛ ଦୂଷିତ ହେବା କେବଳ ଅନ୍ଧବିଶ୍ବାସ ଏଥିରେ କୌଣସି ସତ୍ୟତା ନାହିଁ । ପୂଜାପାଠ ଏକ ଧାର୍ମିକ ମାନ୍ୟତା , ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣ ସହିତ ମଣିଷର କୌଣସି ସାମଞ୍ଜସ୍ୟ ନାହିଁ । ଅନ୍ୟ ଏକ ମିଥ୍ ଅନୁସାରେ ଗ୍ରହଣ ପୃଥିବୀରେ ପ୍ରାକୃତିକ ବିପର୍ଯ୍ୟୟ ଆଣିଥାଏ ଏବଂ ଏହି ସମୟରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼େ । କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣକୁ ଯଦି ଦେଖିବା ଗ୍ରହଣ ଏକ ମହାକାଶୀୟ ଘଟଣା ଯାହା ପ୍ରାକୃତିକ ବିପର୍ଯ୍ୟୟ ସହ କୌଣସି ସମ୍ଭନ୍ଧ ରଖେନାହିଁ । ଶରୀର ଉପରେ ନକାରାତ୍ମକ ପ୍ରଭାବ ବା ଦେହ ଖରାପକୁ ଆପଣ ମସ୍ତିଷ୍କର ଡର କହିପାରିବେ । କାରଣ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe