କନକ ବ୍ୟୁରୋ : ଆସନ୍ତା ରବିବାର ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ । ଏହା ଭାଦ୍ରବ ପୂର୍ଣ୍ଣିମାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ , ଚନ୍ଦ୍ରକୁ ଗ୍ରାସ କରିବ ରାହୁ । ପୂର୍ଣ୍ଣିମାରେ ଆରମ୍ଭ ହେଉଛି ପିତୃଶ୍ରାଦ୍ଧ । ଜାଣନ୍ତୁ ଗ୍ରହଣ ସ୍ପର୍ଷ ଏବଂ ଶେଷର ସମୟ । 

ଗ୍ରହଣ ସ୍ପର୍ଶ ଓ ଶେଷ

Advertisment

ସେପ୍ଟେମ୍ବର ୭ ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ ଏବଂ ମଧ୍ୟ ରାତ୍ର ୧ଟା ୨୮ରେ ଗ୍ରହଣ ଶେଷ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବର ୭ ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ । ଏହା ସହ ସମସ୍ତ ଶୁଭ କାର୍ଯ୍ୟ ବାରଣ । 

ଭାରତରେ ଦୃଶ୍ୟମାନ

ଆସନ୍ତା ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ , କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବ । ଭାରତରେ ହେବ ଦୃଶ୍ୟମାନ । ଏହି ଦିନ ପିତୃପକ୍ଷ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଦେବା ବିଧେୟ । କାରଣ , ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଏହି ଚନ୍ଦ୍ରଗ୍ରହଣ ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଆଦି ପାଇଁ ଶୁଭ ଥିବାବେଳେ ମିଥୁନ, କର୍କଟ, ବିଛା, ମୀନ ପାଇଁ ଅଶୁଭ ଥିବା ଜ୍ୟୋତିର୍ବିଦ୍‌ମାନେ ଗଣନା କରିଛନ୍ତି ।