ଆଇପିଏଲ୍‌ରେ ବାଜିମାରିଲା ଲକ୍ଷ୍ନୗ ସୁପର ଜାଏଣ୍ଟସ୍, ରାଜସ୍ଥାନ ରୟାର୍ଲସ୍ ଠାରୁ ୨ ରନରେ ବିଜୟୀ

ରାଜସ୍ଥାନର ବୈଭବ ସୂର୍ଯ୍ୟବଂଶୀ ୧୪ ବର୍ଷରେ ଆଇପିଏଲ ଖେଳି ରଚିଲେ ଇତିହାସ । କ୍ୟାରିୟର ପ୍ରଥମ ବଲ୍‌ରେ ମାରିଲେ ବିଶାଳ ଛକା

ଲକ୍ଷ୍ନୌ ଜିତିଲା, ହେଲେ ମନଜିଣିଲେ ବୈଭବ

ଲକ୍ଷ୍ନୌ ଜିତିଲା, ହେଲେ ମନଜିଣିଲେ ବୈଭବ Photograph: (kanakNews)

କନକ ବ୍ୟୁରୋ;  ଆଇପିଏଲ୍‌ରେ ରାଜସ୍ଥାନକୁ ହରାଇ ବାଜି ମାରିନେଲା ଲକ୍ଷ୍ନୌ । ୨ ରନ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୫ ୱିକେଟରେ ୧୮୦ ରନ୍ କରିଥିଲା। ଦଳ ପକ୍ଷରୁ ମାକ୍ରମ ସର୍ବାଧିକ ୬୬ ରନ୍ କରିଥିଲେ। ଆୟୂଷ ବଦୋନି ୫୦ ରନ୍ କରିଥିବା ବେଳେ ଅବ୍‌ଦୁଲ ସମାଦ ୩୦ ରନ୍ କରି ଅପରାଜିତ ରହିଥିଲେ। ଜବାବରେ ରାଜସ୍ଥାନ ରୟାଲସ୍ ୨୦ ଓଭରରେ ୫ ୱିକେଟ ହରାଇ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜସସ୍ୱୀ ଜୟସ୍ୱାଲ ୭୪ ରନ୍ କରିଥିବା ବେଳେ ଅଧିନାୟକ ରିଆନ ପରାଗ ୩୯ ରନ୍ କରିଥିଲେ। ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ମ୍ୟାଚ୍‌ରେ ହିଁ ବ୍ୟାଟିଂ ଯାଦୁ ଦେଖାଇ ୩୪ ରନ୍ କରିଥିଲେ। ତେବେ ଲକ୍ଷ୍ନୌର ଆଭେଶ ଖାନ୍‌ଙ୍କ ମାପଚୁପ୍ ବୋଲିଂ ଯୋଗୁଁ ବିଜୟ ଲକ୍ଷ୍ୟ ଠାରୁ ଅଳ୍ପ ଦୂରରେ ରହିଯାଇଥିଲା ରାଜସ୍ଥାନ। 
 
 ଇତିହାସ ରଚିଲେ ରାଜସ୍ଥାନ ରୟାଲସର ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୪ ବର୍ଷ ବୟସରେ ଖେଳିଲେ ଏତେ ବଡ଼ ଟୁର୍ଣ୍ଣାମେଣ୍ଟ। ଆଇପିଏଲ ଖେଳିବାରେ ବୈଭବ ସର୍ବକନିଷ୍ଠ ଖେଳାଳି। ରାଜସ୍ଥାନ କ୍ୟାପଟେନ୍ ସଞ୍ଜୁ ସାମସନ୍ ଆହତ ଥିବା ଯୋଗୁଁ ବ୍ୟାଟର ଭାବେ ସ୍ଥାନ ପାଇଥିଲେ। ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିବା ବେଳେ ବୈଭବ ୨୦୧୧ରେ ଜନ୍ମ ହୋଇଥିଲେ। ପ୍ରଥମ ମ୍ୟାଚରେ କମାଲ କରି ଦେଖାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ସାମ୍ନା କରିଥିବା କ୍ୟାରିୟରର ପ୍ରଥମ ବଲ୍‌ରେ ବିଶାଳ ଛକା ମାରିଥିଲେ। ଶାର୍ଦ୍ଦୁଳ ଠାକୁର ବୋଲିଂ କରିଥିବା ବଲ୍‌ରେ ଦର୍ଶନୀୟ ସଟ୍ ମାରିଥିଲେ ବୈଭବ। ପ୍ରଥମ ମ୍ୟାଚରେ ଏହି ଯୁବ ବ୍ୟାଟର ମାତ୍ର ୨୦ ବଲରେ ୨ଟି ଚୌକା ଓ ୩ଟି ଛକା ସହ ୩୪ ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରାଯାଉଛି।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe