ଦୀପାବଳି ଅବସରରେ CM ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଉପହାର, ୨୮ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବେତନ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

୨୮ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବେତନ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଉପହାର

ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଉପହାର Photograph: (KanakNews)

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାର ଦୀପାବଳି ପୂର୍ବରୁ ରାଜ୍ୟର ୨୮ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୪% ବୃଦ୍ଧି କରାଯିବ ।  ଯାହା  ୫୫ ପ୍ରତିଶତରୁ ବୃଦ୍ଧି ପାଇ  ୫୮ ପ୍ରତିଶତ ହୋଇଛି । ଏହି ବୃଦ୍ଧି  ୧ ଜୁଲାଇ ୨୦୨୫ରୁ ଲାଗୁ ହେବ ।  ଏହାର ଲାଭ ଅକ୍ଟୋବର  ୨୦୨୫ରୁ ନଗଦ  ଦେୟ ଆକାରରେ ଉପଲବ୍ଧ ହେବ ।  ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି  ଏହା ଲକ୍ଷ ଲକ୍ଷ ରାଜ୍ୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ଦେବ। ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କ ଉପରେ ମାର୍ଚ୍ଚ ୨୦୨୬ ସୁଦ୍ଧା  ୧,୯୬୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବୋଝ ପଡ଼ିବ । 


ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ନଭେମ୍ବର ୨୦୨୫ରେ  ୭୯୫ କୋଟି ଅତିରିକ୍ତ ନଗଦ ବ୍ୟୟଭାର ପଡିବ । ଯେଉଁଥିରେ OPS କର୍ମଚାରୀଙ୍କ GPF ଜମାରେ  ୧୮୫ କୋଟି ଅନ୍ତର୍ଭୁକ୍ତ । ଜୁଲାଇ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବକେୟା ଦେୟ ପାଇଁ ସରକାର ୫୫୦ କୋଟିରୁ ଅଧିକ ଅତିରିକ୍ତ ଖର୍ଚ୍ଚ ବହନ କରିବେ ସରକାର ।  ଡିସେମ୍ବର ୨୦୨୫ ରୁ ରାଜ୍ୟ ସରକାର ମାସିକ ଅତିରିକ୍ତ ୨୪୫ କୋଟି ଖର୍ଚ୍ଚ ବହନ କରିବେ ସରକାର । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏହି ନିଷ୍ପତ୍ତି କେବଳ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବ ନାହିଁ, ବରଂ ଯୋଗୀ ସରକାରଙ୍କ ଲୋକାଭିମୁଖୀ ନୀତିକୁ ମଧ୍ୟ ଦୃଢ଼ କରିବ। ଏହି ଦୀପାବଳି ଉପହାର ରାଜ୍ୟର କର୍ମଚାରୀଙ୍କ ପାଇଁ ଆନନ୍ଦ ଆଣି  ଦେଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe