ନାରୀଶକ୍ତିର ମିସାଲ ଲକ୍ଷ୍ନୌ ସିଟି ଷ୍ଟେସନ୍‌ ; ସୁଇପରଠୁ ନେଇ ଅଫିସର ସମସ୍ତେ ମହିଳା

ଲକ୍ଷ୍ନୌ ସିଟି ଷ୍ଟେସନ ଏବେ ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ପରିଚାଳନାଠୁ ନେଇ ବାଣିଜ୍ୟିକ, ସୁରକ୍ଷା ଏବଂ ବୈଷୟିକ କାର୍ଯ୍ୟ ଆଦିର ଭାର ସମ୍ଭାଳିବେ କେବଳ ମହିଳା କର୍ମଚାରୀ ।

Lucknow-city-station

Lucknow-city-station Photograph: (KanakNews)

କନକ ବ୍ୟୁରୋ : ମହିଳା ସଶକ୍ତିକରଣ ଆଜିର ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହା କେବଳ ମହିଳାମାନଙ୍କ ଅଧିକାର କଥା ନୁହେଁ, ବରଂ ସୁସ୍ଥ, ସମୃଦ୍ଧ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଗୋଟିଏ ମୁଖ୍ୟ ଆଧାର । ବର୍ତ୍ତମାନ ମହିଳାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୀତି, ଅର୍ଥନୀତି, ବିଜ୍ଞାନ, କଳା ଏବଂ ପ୍ରତିରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ସେମାନେ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନରହି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଦେଶର ବିକାଶରେ ସହଯୋଗ କରୁଛନ୍ତି । ଯାହାର ଶହ ଶହ ଉଦାହରଣ ଆମେ ଦେଖିଛେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଖବର ଦେଖାଇବୁ ଯାହାକୁ ଦେଖି ଆପଣ ପ୍ରଶଂସା ନ କରି ରହିପାରିବେନି । ମହିଳାମାନେ ପୁରୁଷଙ୍କଠୁ କୌଣସିଥିରେ କମ୍‌ ନୁହେଁ , ସେମାନେ ବି ଏକାଠି ହେଲେ ସବୁ ପ୍ରକାର କାର୍ଯ୍ୟକୁ ସଫଳ କରିପାରିବେ । ଯାହାକୁ ଦୃଢତାର ସହ କହିଛି ଉତ୍ତର ପୂର୍ବ ରେଲୱେ , ତାହାର ସଦ୍ୟତମ ଉଦାହରଣ ହେଉଛି ଲକ୍ଷ୍ନୌ ସିଟି ଷ୍ଟେସନ୍‌ । 

ଭାଲୁ ବେଶରେ ବିଲ ଜଗିଛି ମଣିଷ ; ମାଙ୍କଡ଼ ଘଉଡ଼ାଇବାକୁ ନୂଆ ତରିକା...

ଲକ୍ଷ୍ନୌ ସିଟି ଷ୍ଟେସନ ଏବେ ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ପରିଚାଳନାଠୁ ନେଇ ବାଣିଜ୍ୟିକ, ସୁରକ୍ଷା ଏବଂ ବୈଷୟିକ କାର୍ଯ୍ୟ ଆଦିର ଭାର ସମ୍ଭାଳିବେ କେବଳ ମହିଳା କର୍ମଚାରୀ । ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହା ଉତ୍ତର ପୂର୍ବ ରେଲୱାଇର ପ୍ରଥମ ସିଟି ଷ୍ଟେସନ  ଯାହା ସମ୍ପୂର୍ଣ୍ଣ ଭାବରେ ମହିଳା ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ସୁନାଠୁ ବି ମହଙ୍ଗା କିଲେ ମିଠା; ଦାମ୍ ଏକ ଲକ୍ଷଠୁ ବି ଅଧିକ...

ଉତ୍ତର ପୂର୍ବ ରେଳବାଇ ଡିଆରଏମ୍‌ ଗୌରବ ଅଗ୍ରୱାଲ, ମହିଳା କଲ୍ୟାଣ ସଂଗଠନ ଲକ୍ଷ୍ନୌର ସଭାପତି ଶ୍ରୁତି ଗୁପ୍ତା ଏବଂ ଲକ୍ଷ୍ନୌ ଷ୍ଟେସନର ବରିଷ୍ଠ ରେଲୱେ କର୍ମଚାରୀ ବିଜୟ ଲକ୍ଷ୍ମୀ ପାଣ୍ଡେଙ୍କ ଉପସ୍ଥିତିରେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଡିଆରଏମ୍‌ କହିଛନ୍ତି ଯେ ଲକ୍ଷ୍ନୌ ସିଟି ରେଲୱେ ଷ୍ଟେସନର ସମ୍ପୂର୍ଣ୍ଣ  ମହିଳା ପରିଚାଳନା ,  ମହିଳା ଶକ୍ତି ଏବଂ ରାଷ୍ଟ୍ର ଶକ୍ତିର ଭାବନାର ପ୍ରତୀକ । ଏହା ମହିଳାଙ୍କ କ୍ଷମତା, ଆତ୍ମବିଶ୍ୱାସ ଏବଂ ସମର୍ପଣକୁ ପ୍ରତିଫଳିତ କରୁଛି । ସମସ୍ତ ମହିଳା କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ୱାସ ଏହି ଷ୍ଟେସନକୁ ନୂଆ ଦିଗକୁ ନେଇଯିବ । ତେବେ ଏହିମାନେ ହେଲେ ସେହି ନାରୀଶକ୍ତି ଯେଉଁମାନେ କି ଯାତ୍ରୀମାନଙ୍କ ଯାତ୍ରାକୁ କରିବେ ସୁଗମ ଆଉ ସୁଫଳ । ଉତ୍ତରପୂର୍ବ ରେଲୱେର ଏହି ପଦକ୍ଷେପ ସେହିମାନଙ୍କ ପାଇଁ ଗୋଟିଏ ବଡ଼ ଉଦାହରଣ ଯେଉଁମାନେ ଆଜିବି ଭାବନ୍ତି ପୁରୁଷଙ୍କ ବିନା ନାରୀମାନେ କୌଣସି କ୍ଷେତ୍ରରେ ଆଗେଇ ପାରିବେନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe