କନକ ବ୍ୟୁରୋ: IPL ମେଗା ନିଲାମୀରେ ସବୁ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତ । ୨୭ କୋଟି ଟଙ୍କାରେ ତାଙ୍କୁ ଦଳରେ ସାମିଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ୨ କୋଟି ଟଙ୍କା ବେସ୍ ପ୍ରାଇସରୁ ପନ୍ତଙ୍କ ବିଡ୍ ଆରମ୍ଭ ହୋଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଣ୍ଟ୍ସ ବିଡ୍ ଫାଇଟରେ ଥିଲେ । ଶେଷରେ ପନ୍ତଙ୍କୁ ଦଳକୁ ଫେରାଇ ଆଣିବାକୁ ଦିଲ୍ଲୀ କ୍ୟାପିଟାଲ୍ସ RTM କାର୍ଡ ବ୍ୟବହାର କରିଥିଲା । ହେଲେ ପନ୍ତଙ୍କ ପାଇଁ ସର୍ବାଧିକ ବିଡ୍ ଲଗାଇ କିଣି ନେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ।
#ପନ୍ତ_ଆଇପିଏଲ_ଇତିହାସର_ଦାମୀ_ଖେଳାଳି
— Kanak News (@kanak_news) November 24, 2024
ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ । ଋଷଭ ପନ୍ତ ହେଲେ ଆଇପିଏଲର ଇତିହାସର ଦାମୀ ଖେଳାଳି । ଋଷଭ ପନ୍ତଙ୍କୁ ୨୭ କୋଟିରେ କିଣିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ ।#RishabhPant #LucknowSuperGiants #IPLMegaAuction pic.twitter.com/oE84ZnI4D6
ଏହି କ୍ରମରେ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଋଷଭ ପନ୍ତ । ମେଗା ନିଲାମୀ ଆରମ୍ଭ ହେଉ ହେଉ ଇତିହାସ ରଚି ବିଡ୍ ବାଜି ଜିତି ନେଇଥିଲା ପଞ୍ଜାବ କିଙ୍ଗ୍ସ । IPL ମେଗା ନିଲାମୀରେ ଇତିହାସରେ ରଚିଥିଲେ ଭାରତୀୟ ବ୍ୟାଟର ତଥା ଚାମ୍ପିୟନ କ୍ୟାପଟେନ ଶ୍ରେୟସ ଆୟର । ୨୬.୭୫ କୋଟି ଟଙ୍କାରେ ଶ୍ରେୟସଙ୍କୁ ଦଳରେ ସାମିଲ କରିଛି ପଞ୍ଜାବ କିଙ୍ଗ୍ସ । ମେଗା ନିଲାମୀରେ ଶ୍ରେୟସଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କାରୁ ବିଡ୍ ଆରମ୍ଭ ହୋଇଥିଲା । ପଞ୍ଜାବ ଓ ଦିଲ୍ଲୀ ଟିମ୍ ଶ୍ରେୟସଙ୍କୁ କିଣିବାକୁ ପୂରା ଦମ୍ ଲଗାଇଥିଲେ । ଶେଷରେ ବିଡ୍ ବାଜି ଜିତି ନେଇଛି ପଞ୍ଜାବ କିଙ୍ଗ୍ସ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ଖେଳାଳି ଏତେ ଟଙ୍କାରେ ନିଲାମ ହୋଇଛନ୍ତି ।
ଅଷ୍ଟ୍ରେଲିଆ ଖେଳାଳି ମିଚେଲ ଷ୍ଟାର୍କଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧୧ କୋଟି ୭୫ ଲକ୍ଷରେ କିଣିଲା ଦିଲ୍ଲୀ ।#MitchellStarc #IPLMegaAuction #DelhiCapitals pic.twitter.com/YhdoABrDDa
— Kanak News (@kanak_news) November 24, 2024