ବଜେଟ୍ ପର୍ବରୁ ଶସ୍ତା ହେଲା ଏଲପିଜି ସିଲିଣ୍ତର ଦର : ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ

Advertisment

୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି ।

୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି ।

LPG 1

LPG 1 Photograph: (KanakNews )

କନକବ୍ୟୁରୋ : ବଜେଟ ପୂର୍ବରୁ ଆସିଲା ଗ୍ରାହକ ଙ୍କ ପାଇଁ ଖୁସି ଖବର  । ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ସେ ନେଇ ଆଶାବାଦୀ ଅଛନ୍ତି ସମସ୍ତେ , ଏଥିସହ ସେମାନଙ୍କ ମଧ୍ୟରେ କଣ ରହିଛି ନିର୍ମଳାଙ୍କ ପେଡି ସେ ଉପରେ ଫୋକସ ରହିଛି ପୁରା ଦେଶବାସୀଙ୍କ କୁହୁକ ପେଡିରେ ସମସ୍ତଙ୍କ ପାଇଁ ରହିଛି ପେଡି ଭିନ୍ନ ଅନ୍ଦାଜ .  

ଆଜିର ସୂଚନା ଅନ୍ଦାଜ ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌  LPG ସିଲିଣ୍ଡର ଦାମ୍‌ ୭ ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି । ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୧୮୦୪ଟଙ୍କା ଥିଲା। ନୂଆ ଦର ଲାଗୁ ହେବାପରେ କୋଲକାତାରେ କମର୍ସିଆଲ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୯୫୯ ଟଙ୍କା ୫୦ ପଇସା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe