ଯୁଦ୍ଧ ଭିତରେ ଏଲ୍‌ପିଜି ସିଲିଣ୍ଡର ସଙ୍କଟ : ମୁମ୍ବାଇ, ବେଙ୍ଗାଲୁରୁ ଭଳି ବଡ଼ ସହରରେ ଗ୍ୟାସ ଅଭାବ

Advertisment

ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ ଦେଖାଦେଇଛି। ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଇଣ୍ଡଷ୍ଟ୍ରି ଉପରେ ପଡ଼ିଛି। ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ ।

ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ ଦେଖାଦେଇଛି। ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଇଣ୍ଡଷ୍ଟ୍ରି ଉପରେ ପଡ଼ିଛି। ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ ।

Screenshot 2026-03-10 072545

Photograph: (kanaknews)

କନକବ୍ୟୁରୋ :  ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ ଦେଖାଦେଇଛି। ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଇଣ୍ଡଷ୍ଟ୍ରି ଉପରେ ପଡ଼ିଛି ।  ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍‌ ଏବଂ ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ।  ଏ ବାବଦରେ ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଛି ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ । ଏଲ୍‌ପିଜି ସଙ୍କଟ ସ୍ଥିତି ଭିତରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ତେଲ ରିଫାଇନାରି ଗୁଡିକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଏହାକୁ ଲାଗୁ କରାଯିବ । 

ଅଧିକ ପଢନ୍ତୁ.. ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଘନଉଛି ଯୁଦ୍ଧ : ଆମେରିକାକୁ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତାବ ଦେଲା ରୁଷ୍‌

ଏଲ୍‌ପିଜି ସିଲିଣ୍ଡରର ଅଭାବ
ବଡ଼ ବଡ଼ ସହରରେ ଗ୍ୟାସ ସଙ୍କଟ
ସଙ୍କଟରେ ମୁମ୍ବାଇ, ବେଙ୍ଗାଲୁରୁର ରେଷ୍ଟୁରାଣ୍ଟ୍
କେବଳ ୨ ଦିନ ପାଇଁ ଏଲ୍‌ପିଜି ବଞ୍ଚିଛି
ବେଙ୍ଗାଲୁରୁ ସହରରେ ରେଷ୍ଟୁରାଣ୍ଟ ବନ୍ଦ ରଖିବାକୁ ଧମକ

ଆଜି ସହର ସଟ୍‌ ଡାଉନ ପାଇଁ ଧମକ ଦେଇଛି ରେଷ୍ଟୁରାଣ୍ଟ ସଂଘ
କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍‌
ଡେଲିଭରିରେ ବିଳମ୍ବ ଯୋଗୁଁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି

ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଲା ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘ
ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ବିବୃତି
ତେଲ ରିଫାଇନାରି ଗୁଡିକୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ସେହିପରି ବଢ଼ିଲା ରୋଷେଇ ଗ୍ୟାସ୍ ବୁକିଂ ଅବଧି । ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ । ଅର୍ଥାତ୍ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ଡେଲିଭରିର ୨୫ ଦିନ ପରେ ଆଉ ଗୋଟିଏ ସିଲିଣ୍ଡର୍ ପାଇଁ ବରାଦ କରିପାରିବେ ଉପଭୋକ୍ତା । 

ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ ଭିତରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ମାପିଚୁପି ଜାଳନ୍ତୁ ରୋଷେଇ ଗ୍ୟାସ୍ । କାରଣ ୨୫ ଦିନ ଭିତରେ ଗ୍ୟାସ୍ ସରିଗଲେ ହଇରାଣ ହେବାକୁ ପଡ଼ିପାରେ । ଏଥିସହ ପେଟ୍ରୋଲ ଡିଜେଲକୁ ବି ନେଇ ଆସିଛି କେନ୍ଦ୍ରର ସ୍ପଷ୍ଟୀକରଣ । ନଜର ପକାନ୍ତୁ ପୂରା ତଥ୍ୟ ଉପରେ ।...

୨୫ ଦିନ ପରେ
ଗ୍ୟାସ୍‌ ବୁକିଂ 
ଗ୍ୟାସ୍ ସିଲିଣ୍ଡର ବୁକିଂ ସଂପର୍କିତ ନୂଆ ନିୟମ ଲାଗୁ କଲେ କେନ୍ଦ୍ର ସରକାର 
ଏଣିକି ୨୫ ଦିନ ପରେ ହିଁ ହୋଇପାରିବ ଗ୍ୟାସ୍ ସିଲିଣ୍ଡର୍ ରିଫିଲ୍ ବୁକିଂ 
ଗୋଟିଏ ସିଲିଣ୍ଡର ପାଇବା ୨୫ ଦିନ ପରେ ଆଉ ଗୋଟିଏ ପାଇଁ ବୁକିଂ କରିହେବ
ସିଲିଣ୍ଡର ଡେଲିଭରିର ୨୫ ଦିନ ଭିତରେ ନୂଆ ବୁକିଂ କରିପାରିବେନି ଉପଭୋକ୍ତା
ଏହି ଅବଧିକୁ ୨୧ ଦିନରୁ ୨୫ ଦିନକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର 

ଏଲ୍‌ପିଜି କଳାବଜାରୀ ରୋକିବାକୁ ରିଫିଲ୍ ବୁକିଂ ଅବଧି ବଢ଼ାଇବାକୁ ନିଷ୍ପତ୍ତି  
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଲୋକେ ତରବରିଆ ଗ୍ୟାସ୍ ବୁକିଂ କରୁଥିବା ସୂଚନା 
'ପୂର୍ବରୁ ଯେଉଁମାନେ ୫୫ ଦିନରେ ବୁକିଂ କରୁଥିଲେ, ଏବେ ୧୫ ଦିନରେ କରୁଛନ୍ତି'
ରିଫାଇନାରିଗୁଡ଼ିକୁ ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ନିର୍ଦ୍ଦେଶ 

ବାଣିଜ୍ୟିକ ଅପେକ୍ଷା ଘରୋଇ ଗ୍ୟାସ୍ ସଂଯୋଗକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବା ଆଶଙ୍କା ନାହିଁ: କେନ୍ଦ୍ର 
ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୧୩୦ ଡଲାର୍ ନ ଟପିବା ଯାଏ ଦର ବଢ଼ିବନି
ଦେଶରେ ପର୍ଯ୍ୟାପ୍ତ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଗଚ୍ଛିତ ଥିବା ସୂଚନା   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe