Gas Booking Photograph: (Kanak News)
କନକ ବ୍ୟୁରୋ : ରୋଷେଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ଉପଭୋକ୍ତାଙ୍କୁ ଘାରିଛି ଭୟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାରୁ ଏଲପିଜି ସଂକଟ ଆଶଙ୍କାରେ ବୁକିଂ ସଂଖ୍ୟା ବଢ଼ି ଯାଇଛି । ଚାହିଦା ବଢ଼ିଯିବାରୁ ବୁକିଂ କରି ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡୁଥିବା ସାମନାକୁ ଆସିଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିରହିଥିବାରୁ ଉପଭୋକ୍ତାଙ୍କୁ ଘାରିଛି ଏଲପିଜି ସଂକଟ ଚିନ୍ତା । ଆଗକୁ ଏଲପିଜି ଅଭାବ ଆଶଙ୍କାରେ ଗ୍ୟାସ ଡିପୋରେ ଲାଗୁଛି ଉପଭୋକ୍ତାଙ୍କ ଭିଡ଼ । ଘଣ୍ଟା ଘଣ୍ଟା ଲାଇନ ଲଗାଇ ସିଲିଣ୍ଡର ନେଉଛନ୍ତି । କେବଳ ଏତିକି ନୁହେଁ, ଅଚାନକ ବଢ଼ିଯାଇଛି ଏଲପିଜି ବୁକିଂ ସଂଖ୍ୟା । ଯେଉଁ ଏଜେନ୍ସିରେ ଦିନକୁ ୨୦ରୁ ୩୦ଟି ସିଲିଣ୍ଡର ପାଇଁ ବୁକିଂ ହେଇଥିଲା, ଏବେ ସେଠି ସଂଖ୍ୟା ଦିନକୁ ଶହେ ଟପୁଛି ।
ଅଧିକ ପଢ଼ନ୍ତୁ : ଗ୍ୟାସ ପରେ ମହଙ୍ଗା ହେଲା ଖାଇବା ତେଲ; ଦୁଇ ଦିନରେ ଲିଟର ପିଛା ବଢ଼ିଲାଣି ୫ରୁ ୧୦ଟଙ୍କା
ଏଲପିଜି ସଂକଟ ଆଶଙ୍କା ବଢ଼ୁଥିବାବେଳେ ଭୟଭୀତ ନହେବାକୁ ବିଭିନ୍ନ ଗ୍ୟାସ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ମୋବାଇଲକୁ ଆସିଛି ମେସେଜ୍ । ଯୋଗାଣ ମନ୍ତ୍ରୀ କହିଛନ୍ତି, ଗ୍ୟାସ୍ ଯୋଗାଣରେ କୌଣସି ଅସୁବିଧା ନାହିଁ । ଭରପୂର ମହଜୁଦ ରହିଛି । ଚାହିଦା ବଢ଼ିବା ପରେ ଲାଗୁ ହୋଇଛି ନୂଆ ନିୟମ । ଗ୍ୟାସ ପାଇବା ପାଇଁ ୨୧ ଦିନ ଆଗରୁ ବୁକ୍ କରିବାକୁ ପଡ଼ିବ । ଡବଲ ସିଲିଣ୍ଡର ଥିଲେ ୩୦ ଦିନ ପୂର୍ବରୁ ବୁକ୍ କରିବାକୁ ପଡ଼ିବ ।
Follow Us