କନକବ୍ୟୁରୋ : ମଧ୍ୟବିତ୍ତଙ୍କୁ ବଡ ଆଶ୍ବସ୍ତି ମିଳିବାକୁ ଯାଉଛି । ଯେଉଁ ମଧ୍ୟବିତ୍ତ ପରିବାର ଦରଦାମ ବୃଦ୍ଧିରେ ଅଣନିଃଶ୍ବାସୀ ହୋଇଥିଲା , ବର୍ତମାନ ଏହା ଅନେକାଂଶରେ କମ ହେବାକୁ ଯାଉଛି । କାରଣ ସରକାର ଦୀପାବଳୀ ପୂର୍ବରୁ  ଜିଏସଟିରେ ବଡ ପରିବର୍ତ୍ତନ  କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସାରା ଦେଶର ନଜର ବର୍ତ୍ତମାନ ଜିଏସଟି ବୈଠକ ଉପରେ ରହିଛି ।

Advertisment

କାଲି ଓ ଗୁରବାର ଦିଲ୍ଲୀରେ ଜିଏସଟି ପରିଷଦର ବୈଠକ ହେବାକୁ ଯାଉଛି । ଅର୍ଥାତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହା ପୂର୍ବରୁ ଆଜି ଦିଲ୍ଲୀରେ  ରାଜ୍ୟ ଜିଏସଟି ଅଧିକାରୀଙ୍କ ବଡ ବୈଠକ ହୋଇଛି ।  ଏଥିରେ ଜିଏସଟି ଦରରେ କଣ ପରିବର୍ତ୍ତନ ହେବ ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟିରେ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇଥିଲେ ।

ଜିଏସଟି ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ ସ୍ଲାବରେ ପରିବର୍ତ୍ତନ ପାଇଁ ଜିଏସଟି ପରିଷଦ ଅନୁମୋଦନ କଲେ ଅନେକ ସାମଗ୍ରୀ ଶସ୍ତା ହେବ ଓ ଅନେକ ମହଙ୍ଗା ବି ହେବ । ତେବେ କଣ ହୋଇପାରେ ଶସ୍ତା ଓ କଣ ହୋଇପାରେ ମହଙ୍ଗା ଆସନ୍ତୁ ନଜର ପକାଇବା ଷ 

-ସମାପ୍ତ ହୋଇପାରେ ଜିଏସଟିର ୧୨ % ଓ ୨୮% ସ୍ଲାବ
-ରହିପାରେ ୫%,  ୧୮% ଓ ୪୦% ସ୍ଲାବ
-୧୨ % ସ୍ଲାବରେ ଥିବା ୯୯%  ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ
 -୨୮% ସ୍ଲାବରେ ଥିବା ୯୦%  ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ
-୧୭୫ ସାମଗ୍ରୀର ଜିଏସଟି ଦର ହ୍ରାସ ହେବା ସମ୍ଭାବନା
-ସ୍ବାସ୍ଥ୍ୟ ଓ ଜୀବନ ବୀମାର ପ୍ରିମିୟମରୁ ହଟିପାରେ ଜିଏସଟି
-ଟିଭି, ଏସି, ଫ୍ରିଜ, ୱାଂଶି ମେସିନ, ସିମେଣ୍ଟ ହୋଇପାରେ ଶସ୍ତା
-ହୋଟେଲ ବିଲ ଉପରୁ ହଟିପାରେ ଜିଏସଟି
-କପଡା, ପୋଷାକ, ଜୋତା, ଚପଲ, ଷ୍ଟେସନାରୀ ଆଇଟମ୍, ଘରକରଣା ଜିନିଷ ହୋଇପାରେ ଶସ୍ତା
-ଦୁଇ ଚକିଆ ଯାନ, କାର , ଘର ନିର୍ମାଣ ସାମଗ୍ରୀ ହୋଇପାରେ ଶସ୍ତା
-ପ୍ରଶାଧନ ସାମଗ୍ରୀ, ଗୁଟଖା ଓ ମାଦକ ଦ୍ରବ୍ୟ ହୋଇପାରେ ମହଙ୍ଗା
-ଏହା ଉପରେ ଲାଗିପାରେ ୪୦% ଜିଏସଟି