କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପରେ ଗଜା ଧାନ ଧରି ତହସିଲ ଘେରାଉ କରିଛନ୍ତି ଶହଶହ ଚାଷୀ । ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମିରେ ପାଣି ଜମି ରହିଛି । ପାଚିଲା ଗଜା ହୋଇଯିବାରୁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ଗୋପ ବ୍ଲକର ୩୧ଟି ପଂଚାୟତରେ କ୍ଷୟକ୍ଷତି ଶୂନ୍ୟ ହୋଇଥିବା ସରକାରୀ ରିପୋର୍ଟକୁ ବିରୋଧ କରି ଚାଷୀ ଆଜି ଗୋପ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଅନ୍ୟପଟେ ଖୋର୍ଦ୍ଧାରେ ମଧ୍ୟ ସମାନ ଅବସ୍ଥା । ଜମିରେ ଆଣ୍ଠୁଏ ଉଚ୍ଚର ପାଣି । ଗଜା ହୋଇଗଲାଣି ଅମଳ ଧାନ । ହାତଉଧାରୀ ଆଉ ଧରକରଜ କରି ଜମିରେ ଲଗାଇଥିବା ଚାଷୀର ଆଶା ମଉଳି ଯାଇଛି । ବର୍ଷକର ଲହୁ ଲୁହା ମିଶା ପରିଶ୍ରମ ଶେଷରେ ବ୍ୟର୍ଥ ଯାଇଛି । ଖୋର୍ଦ୍ଧାରେ ୪-୬ ଦିନର ବର୍ଷା ପରେ ଜମିରେ କଟା ହୋଇ ପଡ଼ିଥିବା ଧାନ ସବୁ ଗଜା ହୋଇଯାଇଛି । ତଥାପି ଏହି ଗଜା ଧାନକୁ ଅମଳ କରିବାର ସୁଯୋଗ ପାଉନି ଚାଷୀ । ବର୍ଷା ପରେ ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ତରେ ସଂପର୍ଣ୍ଣ ଭାଙ୍ଗି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/12/26/zuIau25E94pa58T628m9.jpg)