ଗଞ୍ଜାମ ସାନଖେମୁଣ୍ଡିରେ ବଣ୍ଟାଯାଉଛି ନିମ୍ନ ମାନର ପିଡିଏସ୍ : ଚାଉଳରୁ ବାହାରିଲା ଧାନ, ଗୋଡ଼ି, ଗହମ..

Advertisment

ଅଭିଯୋଗ ପରେ ବି ଶୁଣିଲେନି ଯୋଗାଣ ଅଧିକାରୀ । ବ୍ଲକ୍‌ରେ ତାଲା ପକାଇଲେ ଗ୍ରାମବାସୀ ।

ଅଭିଯୋଗ ପରେ ବି ଶୁଣିଲେନି ଯୋଗାଣ ଅଧିକାରୀ । ବ୍ଲକ୍‌ରେ ତାଲା ପକାଇଲେ ଗ୍ରାମବାସୀ ।

ଚାଉଳ ପାଇଁ ବ୍ଲକ୍‌ରେ ତାଲାଚାଉଳ ପାଇଁ ବ୍ଲକ୍‌ରେ ତାଲା

Photograph: (kanaknews)

କନକ ବ୍ୟୁରୋ : ସାନଖେମୁଣ୍ଡିରେ ନିମ୍ନ ମାନର ପିଡ଼ିଏସରେ ଚାଉଳ ବଣ୍ଟନ ଅଭିଯୋଗ । ଗଞ୍ଜାମ ସାନଖେମୁଣ୍ଡି ଯୋଗାଣ ବିଭାଗ ପକ୍ଷରୁ ପିଡିଏସରେ ନିମ୍ନ ମାନର ଚାଉଳ ବଣ୍ଟନ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରାଯାଉଛି ।  ହେଲେ ଯୋଗାଣ ବିଭାଗ ପକ୍ଷରୁ ଏନେଇ କିଛି କରାଯାଉନାହିଁ । ପୂର୍ବରୁ ଖଲିଙ୍ଗି ପଞ୍ଚାୟତରେ ନିମ୍ନ ମାନର ଚାଉଳ ବଣ୍ଟନ କରାଯାଇଥିବା ନେଇ ହିତାଧିକାରୀ ପଞ୍ଚାୟତ ଗୋଦାମ ଗୃହରେ ତାଲା ପକାଇଥିଲେ ।

ଚୁଡ଼ଙ୍ଗପୁର ପଞ୍ଚାୟତରେ ବି ୩୦ କେଜି ଚାଉଳରେ ପ୍ରାୟ ୫ଶହ ଗ୍ରାମ ଗୋଡ଼ି ବାହାରିଥିବା ଅଭିଯୋଗ ହେଇଥିଲା । ଏବେ ଏରେଣ୍ଡ୍ରା ପଞ୍ଚାୟତରେ ନିମ୍ନ ମାନର ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି । ଚାଉଳରୁ ଧାନ, ଗୋଡ଼ି ବାହାରୁଥିବା କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି । ଏନେଇ ପ୍ରତିବାଦ କି ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି । ଶେଷରେ ଏଭଳି ନିମ୍ନ ମାନର ଚାଉଳ ନେବୁ ନାହିଁ କହି ଚାଉଳ ନନେଇ ଫେରିଯାଇଛନ୍ତି ହିତାଧିକାରୀ । ଏନେଇ ବ୍ଲକ ଯୋଗାଣ ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସହ  ଯୋଗାଯୋଗ କରାଯାଇପାରିନାହିଁ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe