କନକ ବ୍ୟୁରୋ : ପୁଷ୍ଟିକର ଖାଦ୍ୟ ନାଁରେ ବର୍ଷ ବର୍ଷ ଧରି ନିମ୍ନମାନର ଛତୁଆ ବାଣ୍ଟୁଥିଲା ଏସଏଚଜି । ଏନେଇ ଅଭିଯୋଗ ପରେ ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଯେଉଁ ଛତୁଆ ବଣ୍ଟାଯାଉଥିଲା ତାହା ଅତି ନିମ୍ନମାନର ବୋଲି ଜଣାପଡିଛି ।  ରାଜ୍ୟର ୧୨୫ଟି ଏସଏଚଜି ଗ୍ରୁପ ନାଁରେ ନିମ୍ନମାନର ଛତୁଆ ଯୋଗାଉଥିବା ନେଇ ବିଧାନସଭା ଉତ୍ତରରୁ ସ୍ପଷ୍ଟ ହୋଇଛି ।  

Advertisment

-    ୧୨୫ଟି ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ ଜାରି
-    ୧୪ ଜିଲ୍ଲାର ୪୨ ସିଡିପିଓ ଓ ୨୧ ମହିଳା ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ 
-    କିଛି ଏସଏଚଜି ଗ୍ରୁପକୁ ଜରିମାନା ସହ ଚେତାବନୀ ଦେଇଛି ମହିଳା ଓ ଶିଶୁ ବିକାଶ ବିଭାଗ
-    ଭଦ୍ରକର କୌଣସି ଏସଏଚଜି ଗ୍ରୁପ୍ ବାଣ୍ଟିନାହାନ୍ତି ନିମ୍ନମାନର ଛତୁଆ 

ନିମ୍ନମାନର ଛତୁଆ ବଂଟା ଯାଉଥିବା ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । 

ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଜୁନ୍ ମାସ ମଧ୍ୟରେ ସଂଗୃହିତ ସାମ୍ପୁଲର ମାନ ଯାଞ୍ଚ ପରେ ନିମ୍ନମାନର ଛତୁଆ ଉପରୁ ପରଦା ହଟିଛି। ବର୍ଷ ବର୍ଷ ଧରି  ଗାଁ ଗାଁରେ ଛତୁଆ ପ୍ରସ୍ତୁତିର ଦାୟିତ୍ବ ଏସଏଚଜି ଗ୍ରୁପ୍ ପାଖରେ ରହିଛି। କିନ୍ତୁ ମିଳୁଥିବା ଛତୁଆରୁ ପୋକ ବାହାରୁଥିବା କହିଛନ୍ତି ମହିଳା। ଅନ୍ୟପଟେ ସବୁବେଳେ ଯେମିତି ଛତୁଆ ପ୍ରସ୍ତୁତ କରୁ ଏବେ ମଧ୍ୟ ସମାନ ଢଙ୍ଗରେ ଛତୁଆ ପ୍ରସ୍ତୁତ କରୁଛୁ କହି ଦୋଷ ଝାଡିବାକୁ ଚେଷ୍ଟା କରିଛନ୍ତି ଏସଏଚଜି ଗ୍ରୁପ୍ । 

ପୁଷ୍ଟିକର ଛତୁଆ ପ୍ରସ୍ତୁତି ପାଇଁ ଗାଇଡଲାଇନ ରହିଛି। ମାନ ଯାଞ୍ଚ ପାଇଁ ବ୍ଲକସ୍ତରରେ ସୁପରଭାଇଜର ରହିଛନ୍ତି।  ଏହାସତ୍ତ୍ବେ କେମିତି ବଂଟା ଯାଉଛି ନିମ୍ନମାନର ଛୁତଆ? ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି ହେଉନି କାର୍ୟ୍ୟାନୁଷ୍ଠାନ? କାହିଁକି କାରଣ ଦର୍ଶାଅ ନୋଟିସରେ ହିଁ ଅଟକି ଯାଉଛି ବିଭାଗର କାର୍ୟ୍ୟାନୁଷ୍ଠାନ?