କନକ ବ୍ୟୁରୋ : ପଶ୍ଚିମକେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି।  ବିଶାଖପାଟଣାଠାରୁ ୪ଶହ କିଲୋମିଟର ଓ ଗୋପାଳପୁରଠାରୁ ୪୨୦ କିଲୋମିଟର ଦୂରରେ ରହି ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଅବପାତ। ୨୪ଘଂଟା ଭିତରେ ଉତ୍ତରପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତର ରୂପ ନେବ । ସେହି ଅବସ୍ଥାରେ ଅକ୍ଟୋବର ୩ରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ପାରାଦୀପରୁ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି ।

Advertisment

 ସମ୍ଭାବ୍ୟ ଗଭୀରଅବପାତ ପ୍ରଭାବରେ ଆସନ୍ତାକାଲି ୨ଅକ୍ଟୋବର ଏବଂ ୩ତାରିଖ ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି ।   ଆସନ୍ତାକାଲି ଜଗତସିଂହପୁର ଓ ପୁରୀ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ଉତ୍ତର ଉପକୂଳର ୧୪ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ସହ ୯ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି ହୋଇଛି । ୩ ତାରିଖ ସକାଳ ଯାଏଁ ହେବ ପ୍ରବଳ ବର୍ଷା।

 ଲଘୁଚାପ ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପଟେ ଲୋକେ ମଣ୍ଡପ ମୁହାଁ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି।