ଲଘୁଚାପ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା, ପୂଜା ପାଇଁ ଚାରିଆଡ଼େ ଟ୍ରାଫିକ୍ ଜାମ୍, ଆସନ୍ତା କାଲି ପ୍ରବଳ ବର୍ଷା ସମ୍ଭାବନା

ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତାକାଲି ଏବଂ ୩ତାରିଖ ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି।

14

କନକ ବ୍ୟୁରୋ : ଆଗାମୀ ୧୨ଘଣ୍ଟାରେ ଅବପାତରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତାକାଲି ଏବଂ ୩ତାରିଖ ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଭାବରେ ପୂଜା ତୋରଣ ସହ ପେଣ୍ଡାଲ ଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ୩ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 

ସେପଟେ ପ୍ରବଳ ବର୍ଷା  ଓ ଏପଟେ ଦୁର୍ଗାପୂଜା ଚାଲିଥିବାରୁ ସବୁୁ ସହର ବଜାରରେ ଟ୍ରାଫିକ୍ ଜାମ ହୋଇଛି । ଘଣ୍ଟା ଘଣ୍ଟା ଧରି ଲୋକମାନେ ରାସ୍ତାରେ ଅଟକି ରହୁଛନ୍ତି । ବିଶେଷ କରି କଟକ ଓ ଭୁବନେଶ୍ୱରରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍ ଜାମ୍ । ରାସ୍ତା କଡ଼ରେ ପୂଜା ମଣ୍ଡପଗୁଡିକ ହୋଇଥିବାରୁ ଲୋକମାନେ ରାସ୍ତା ଉପରେ ଭିଡ଼ ଜମାଉଛନ୍ତି । ଅନ୍ୟପଟେ ଭୁବନେଶ୍ୱର ଟ୍ରାଫିକଗୁଡିକ ସଠିକ ପରିଚାଳନା ପାଇଁ ଟ୍ରାଫିକ ପୁଲିସର ବ୍ୟବସ୍ଥାରେ ଢ଼ିଲା ଥିବା ଭଳି ମନେ ହେଉଛି । ମୁଖ୍ୟ ମୁଖ୍ୟ ଟ୍ରାଫିକରେ ଆବଶ୍ୟକ ମୁତାବକ ଟ୍ରାଫିକ ପୁଲିସ ମୁତୟନ ହୋଇନାହାଁନ୍ତି । ଫଳରେ ଟ୍ରାଫିକଗୁଡିକରେ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe