କନକ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପରେ ଆଗାମୀ ୪୮ ଘଂଟାରେ ଏହା ଅଧିକ ଘନୀଭୂତ ହେବ । ଫଳରେ ରାଜ୍ୟରେ ୩ ଦିନ ଧରି ଭାରି ଓ ବିସ୍ତୃତି ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଆସନ୍ତାକାଲି ସକାଳ ଯାଏଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଆସନ୍ତାକାଲି ମାଲକାନଗିରି ଓ କୋରାପୁଟ ରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି ହୋଇଛି । ୧୪ ତାରିଖରେ କୋରାପୁଟ, ମାଲକାନଗିରରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଥିବାବଳେ ଗଜପତି, ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ଯାଏ ପ୍ରବଳ ବର୍ଷା ଲାଗି ରହିବ । ୧୩ ରୁ ୧୬ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ସବୁଠାରୁ ବଡ କଥା ହେଲା, ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଧାନବିଲ ପାଟି ଆଁ କଲାଣି । ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୫୫.୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୬୯୮.୪ ମିମି ରେକର୍ଡ ହୋଇଛି। ରାଜ୍ୟରେ ଏବେବି ୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ,୩ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୨୪ ଘଂଟାରେ କେନ୍ଦ୍ରାପଡା ପଟାମୁଣ୍ଡାଇରେ ୭୦.୫ ମିମି ରେକର୍ଡ କରାଯାଇଛି।
ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଲେଗାଁ ରେ।ଗାଁ ର ଚାଷୀ ରୁଆ ବେଷଣ କାର୍ଯ୍ୟ ଶେଷ କରିଛନ୍ତି କିନ୍ତୁ ବର୍ଷା ଅଭାବ ଯୋଗୁଁ ଚାଷ କରିଥିବା ଜମି ଫାଟି ଆଁ କରିଥିବାରୁ ଜଳ ଭୀମାଦେବତା ଙ୍କ ପ୍ରତୀକ ଭୀମା ଖୁଣ୍ଟ ରେ ରୀତିନୀତି ଅନୁସାରେ ପୂଜାର୍ଚନା କରିଥିଲେ ଏବଂ ଭୀମା ଦେବତା ଙ୍କ ଖୁଣ୍ଟ ରେ ଗାଁ ର ମହିଳା ମାନେ ଗୋବର ଲେପନ କରିଥିଲେ। ଏହା କଲେ ବର୍ଷା ହେବ ବୋଲି ବିଶ୍ୱାସ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/12/50-2025-08-12-20-16-16.jpg)