ଓଡିଶାରେ ମାଡ ହେବ ବାତ୍ୟା ‘ଦାନା’ ! ଗତିପଥ ଧିରେ ଧିରେ ସ୍ପଷ୍ଟ କରୁଛି ପାଣିପାଗ ବିଭାଗ

ଆଜି ଅବପାତର ରୂପ ନେବ ଲଘୁଚାପ । ଗତି ପଥ ଧୀରେ ଧିରେ ସ୍ପଷ୍ଟ କରୁଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ପବନ ସହ ଭିତରକନିକାରୁ ଧାମରା ଭିତରେ ହୋଇପାରେ ମାଡ଼ । ରକ୍ଷା କବଚ ସାଜିପାରେ ହେନ୍ତାଳବଣ ।

1dhamara

କନକ ବ୍ୟୁରୋ: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଦାନା’ । ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭିତରକନିକାରୁ ଧାମରା ଭିତରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ । ୨୪ ତାରିଖ ରାତି ଓ ୨୫ ତାରିଖ ଭୋରରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ବାତ୍ୟା ଦାନା । ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଧିରେ ଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭିତରକନିକାରୁ ଧାମରା  ଭିତରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ଓଡ଼ିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ଆଶଙ୍କା ରହିଛି । ତେବେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରକୋପ ଧିରେ ଧିରେ ହ୍ରାସ ପାଇବ । ବାତ୍ୟା ପାଇଁ ଅଧା ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଉପରେ ଏହାର ସିଧା ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe