କନକ ବ୍ୟୁରୋ: ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା । ଗତକାଲି ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଆଜି ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିବା ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବା ଦେଖିବାକୁ ମିଳିଛି । ଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା । ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ମା’ଙ୍କ ପୂଜା କରାଯାଉଥିବା କହିଛନ୍ତି ପୂଜକ । ହେଲେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସନ୍ଦେହ ଦେଖାଦେଇଛି ।
ଭିଜିଲା ବିଜୟାଦଶମୀ: ରାଜଧାନୀରୁ ରାୟଗଡ଼ା ସବୁଠି ଦଶହରାକୁ ଫିକା କଲା ଲଘୁଚାପ ବର୍ଷା
ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା । ଗତକାଲି ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଆଜି ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିବା ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବା ଦେଖିବାକୁ ମିଳିଛି ।
/kanak/media/media_files/2025/10/02/14-2025-10-02-18-12-36.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)