ବଳ ଗୋଟାଉଛି ଲଘୁଚାପ, ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି

Advertisment

ବଳ ଗୋଟାଇ ପ୍ରଭାବି ଢ଼ଙ୍ଗରେ ଆଗକୁ ବଢ଼ୁଛି ଲଘୁଚାପ । ରାତିରେ ଅବପାତ ରୂପ ନେଇ ଆସନ୍ତାକାଲି ଅତିକ୍ରମ କରିପାରେ ଆନ୍ଧ୍ର- ଓଡ଼ିଶା ଉପକୂଳ । ସାରା ଓଡ଼ିଶାରେ ବର୍ଷା ବିତ୍ପାତ । ୩ଜିଲ୍ଲାକୁ ରେଡ୍ ଆଲର୍ଟ, ୧୪କୁ ଅରେଞ୍ଜ ୱାର୍ଣ୍ଣିଂ । ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମହାନଦୀ ଉପରେ ସମସ୍ତଙ୍କ ଆଖି । 

ବଳ ଗୋଟାଇ ପ୍ରଭାବି ଢ଼ଙ୍ଗରେ ଆଗକୁ ବଢ଼ୁଛି ଲଘୁଚାପ । ରାତିରେ ଅବପାତ ରୂପ ନେଇ ଆସନ୍ତାକାଲି ଅତିକ୍ରମ କରିପାରେ ଆନ୍ଧ୍ର- ଓଡ଼ିଶା ଉପକୂଳ । ସାରା ଓଡ଼ିଶାରେ ବର୍ଷା ବିତ୍ପାତ । ୩ଜିଲ୍ଲାକୁ ରେଡ୍ ଆଲର୍ଟ, ୧୪କୁ ଅରେଞ୍ଜ ୱାର୍ଣ୍ଣିଂ । ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମହାନଦୀ ଉପରେ ସମସ୍ତଙ୍କ ଆଖି । 

33-Rain

କନକ ବ୍ୟୁରୋ: ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଏହି ଲଘୁଚାପ କେନ୍ଦ୍ରୀୟ ବଂଗୋପାସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି । ଅବପାତର ରୂପ ନେଇ ଆସନ୍ତାକାଲି ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ସାରାରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 

ସମୁଦ୍ର ଭିତରେ ବଳଗୋଟାଇ ଆଗକୁ ବଢ଼ୁଛି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । କିଛି ଘଂଟା ଭିତରେ ଏହା ଅବପାତର ରୂପ ନେବ । କାଲି ସକାଳେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରିଛି ଆଇଏମ୍‌ଡି । ୨୭ ତାରିଖରେ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଏହି ୩ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଏହି ୧୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଅନ୍ୟ ୧୩ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି । 
 
ଲଘୁଚାପ ପ୍ରଭାବରେ ୨୮ତାରିଖ ଯାଏଁ ଲାଗି ରହିବ ବର୍ଷା । ଏହି ସମୟରେ ସମୁଦ୍ର ଉପକୂଳରେ ୪୦ରୁ ୬୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ତେଣୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି । ସ୍ଥିତିକୁ ଦେଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଗ୍ନିଶମ, ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍ ଟିମ୍‌କୁ ମଧ୍ୟ ସଜାଗ କରାଯାଇଛି । ଏଥିସହ ଦକ୍ଷିଣ ଓଡ଼ିଶା ଉପରେ ନଜର ରଖିବାକୁ ତିନି ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଲଘୁଚାପ ଦୁର୍ବଳ ହେବା ପରେ ଅକ୍ଟୋବର ଆରମ୍ଭରେ ଆସୁଛି ଆଉ ଏକ ଲଘୁଚାପ ଆସୁଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe