କନକ ବ୍ୟୁରୋ: ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଏହି ଲଘୁଚାପ କେନ୍ଦ୍ରୀୟ ବଂଗୋପାସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି । ଅବପାତର ରୂପ ନେଇ ଆସନ୍ତାକାଲି ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ସାରାରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସମୁଦ୍ର ଭିତରେ ବଳଗୋଟାଇ ଆଗକୁ ବଢ଼ୁଛି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । କିଛି ଘଂଟା ଭିତରେ ଏହା ଅବପାତର ରୂପ ନେବ । କାଲି ସକାଳେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରିଛି ଆଇଏମ୍ଡି । ୨୭ ତାରିଖରେ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଏହି ୩ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଏହି ୧୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଅନ୍ୟ ୧୩ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି ।
ଲଘୁଚାପ ପ୍ରଭାବରେ ୨୮ତାରିଖ ଯାଏଁ ଲାଗି ରହିବ ବର୍ଷା । ଏହି ସମୟରେ ସମୁଦ୍ର ଉପକୂଳରେ ୪୦ରୁ ୬୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ତେଣୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି । ସ୍ଥିତିକୁ ଦେଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଗ୍ନିଶମ, ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍କୁ ମଧ୍ୟ ସଜାଗ କରାଯାଇଛି । ଏଥିସହ ଦକ୍ଷିଣ ଓଡ଼ିଶା ଉପରେ ନଜର ରଖିବାକୁ ତିନି ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଲଘୁଚାପ ଦୁର୍ବଳ ହେବା ପରେ ଅକ୍ଟୋବର ଆରମ୍ଭରେ ଆସୁଛି ଆଉ ଏକ ଲଘୁଚାପ ଆସୁଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/26/33-rain-2025-09-26-19-15-30.jpg)