କନକବ୍ୟୁରୋ:ଆଜି ବଙ୍ଗୋପସାଗରରେ ଲଘୁଚାରର ରୂପ ନେଇପାରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜିଠୁ ତୁହାତୁ ତୁହା ବର୍ଷା ହେବ । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Advertisment

ଆଜି ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମଧ୍ୟମ  ଧରଣର ବର୍ଷା ସହ ଗୋଟେ  କିମ୍ବା  ଦୁଇଟି  ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ଇକ ହେଉଛି ଗଞ୍ଜାମ , ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ନୂଆପଡା, ମୟୁରଭଞ୍ଜ ,କେନ୍ଦୁଝର , ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର । ଅନ୍ୟପଟେ ମୌସୁମୀର ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ୨୩ ତାରିଖରୁ ପଶ୍ଚିମ ରାଜସ୍ଥାନ ଏବଂ କଚ୍ଛର କିଛି ଅଞ୍ଚଳରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୌସୁମୀ ଅପସାରଣ ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି ।  

ଓଡ଼ିଶାରୁ ମଧ୍ୟ ନିର୍ଦ୍ଧାରିତ ସମୟରେ ମୌସୁମୀ ଅପସାରଣ କରିବ ବୋଲି ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁନ ୧ରୁ ଏଯାବତ ୨୦୧୪.୭ ମିମି  ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୯  ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ବର୍ତମାନ ଲଘୁଚାପ ପ୍ରଭାବରେ ଭଲ ବର୍ଷା ଜାରି ରହିଥିବାରୁ ଏହାର ଭରଣା ହୋଇଯିବ ବୋଲି ଆଶା କରାଯାଉଛି ।