ବର୍ଷ ଆରମ୍ଭରୁ ସୃଷ୍ଟି ହୋଇପାରେ ଲଘୁଚାପ : ଧାନ ଅମଳ ବେଳେ ବଢ଼ିଲା ଭୟ

Advertisment

ବର୍ଷା ଆରମ୍ଭରୁ ହିଁ ସୃଷ୍ଟି ହେଇପାରେ ଲଘୁଚାପ । ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ରହିଛି ।  ତରଙ୍ଗାୟିତ ବାୟୁ ଓ ବାଦଲର ଘନତ୍ୱ ବୃଦ୍ଧି ଭଳି ପାଣିପାଗର କାରକ ଗୁଡିକ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ

ବର୍ଷା ଆରମ୍ଭରୁ ହିଁ ସୃଷ୍ଟି ହେଇପାରେ ଲଘୁଚାପ । ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ରହିଛି ।  ତରଙ୍ଗାୟିତ ବାୟୁ ଓ ବାଦଲର ଘନତ୍ୱ ବୃଦ୍ଧି ଭଳି ପାଣିପାଗର କାରକ ଗୁଡିକ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ

7PM5

Photograph: (kanaknews)

କନକ ବ୍ୟୁରୋ : ବର୍ଷା ଆରମ୍ଭରୁ ହିଁ ସୃଷ୍ଟି ହେଇପାରେ ଲଘୁଚାପ । ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ରହିଛି ।  ତରଙ୍ଗାୟିତ ବାୟୁ ଓ ବାଦଲର ଘନତ୍ୱ ବୃଦ୍ଧି ଭଳି ପାଣିପାଗର କାରକ ଗୁଡିକ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ  ।  ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।   ଆଜିଠୁ ରାଜ୍ୟରେ ବଢିବ ଶୀତ । ଏକ ସପ୍ତାହ ଧରି ହାଡ଼ ଭଙ୍ଗା ଶୀତ ଅନୁଭବ ହେବ । ସମତଳ ଓ ପାହାଡିଆ ଅଞ୍ଚଳରେ ଥଣ୍ଡାର ଥାର୍ଡ ଡିଗ୍ରୀରେ ଥରିବେ ଲୋକେ । ଏହି ଅଞ୍ଚଳଗୁଡ଼ିକରେ ୨ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ।

ହୀରାକୁଦ ସମନ୍ବିତ ପର୍ଯ୍ୟଟନ କରିଡର୍‌ ପାଇଁ ଚାଲିଛି ଗଛକଟା : କଟାଗଲାଣି ୧୨ଶହ ଗଛ

ତା ସହ ରାଜ୍ୟରେ ପାରଦ ତଳମୁହାଁ ରହିଥିବା ବେଳେ ବିଳମ୍ବିତ ରାତିରୁ ଘନ କୁହୁଡ଼ି ମାଡ଼ି ଆସୁଛି ।  ଶୀତର ପ୍ରଭାବକୁ ଘନକୁହୁଡ଼ି  ଆହୁରି ତୀବ୍ର କରୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ ଅନୁଯାୟୀ ନୂଆବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିବ। ଆସନ୍ତା ୪ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିକୁ ନେଇ ଚେତାବନୀ ଜାରି ହେଇଛି । ଆସନ୍ତାକାଲି ସକାଳ ପ୍ରଯ୍ୟନ୍ତ କନ୍ଧମାଳ, କୋରାପୁଟ, ଢେଙ୍କାନାଳ, ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଘନକୁହୁଡିକୁ ନେଇ ଚେତାବନୀ ଜାରି ହୋଇଛି। ଦୃଶ୍ୟମାନ ଦୂରତା ପଚାଶ ମିଟରରୁ ବି କମ୍‌ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe