କନକ ବ୍ୟୁରୋ : ବର୍ଷା ଆରମ୍ଭରୁ ହିଁ ସୃଷ୍ଟି ହେଇପାରେ ଲଘୁଚାପ । ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ରହିଛି । ତରଙ୍ଗାୟିତ ବାୟୁ ଓ ବାଦଲର ଘନତ୍ୱ ବୃଦ୍ଧି ଭଳି ପାଣିପାଗର କାରକ ଗୁଡିକ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜିଠୁ ରାଜ୍ୟରେ ବଢିବ ଶୀତ । ଏକ ସପ୍ତାହ ଧରି ହାଡ଼ ଭଙ୍ଗା ଶୀତ ଅନୁଭବ ହେବ । ସମତଳ ଓ ପାହାଡିଆ ଅଞ୍ଚଳରେ ଥଣ୍ଡାର ଥାର୍ଡ ଡିଗ୍ରୀରେ ଥରିବେ ଲୋକେ । ଏହି ଅଞ୍ଚଳଗୁଡ଼ିକରେ ୨ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ।
ହୀରାକୁଦ ସମନ୍ବିତ ପର୍ଯ୍ୟଟନ କରିଡର୍ ପାଇଁ ଚାଲିଛି ଗଛକଟା : କଟାଗଲାଣି ୧୨ଶହ ଗଛ
ତା ସହ ରାଜ୍ୟରେ ପାରଦ ତଳମୁହାଁ ରହିଥିବା ବେଳେ ବିଳମ୍ବିତ ରାତିରୁ ଘନ କୁହୁଡ଼ି ମାଡ଼ି ଆସୁଛି । ଶୀତର ପ୍ରଭାବକୁ ଘନକୁହୁଡ଼ି ଆହୁରି ତୀବ୍ର କରୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ ଅନୁଯାୟୀ ନୂଆବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିବ। ଆସନ୍ତା ୪ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିକୁ ନେଇ ଚେତାବନୀ ଜାରି ହେଇଛି । ଆସନ୍ତାକାଲି ସକାଳ ପ୍ରଯ୍ୟନ୍ତ କନ୍ଧମାଳ, କୋରାପୁଟ, ଢେଙ୍କାନାଳ, ଖୋର୍ଦ୍ଧା, ସୁନ୍ଦରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଘନକୁହୁଡିକୁ ନେଇ ଚେତାବନୀ ଜାରି ହୋଇଛି। ଦୃଶ୍ୟମାନ ଦୂରତା ପଚାଶ ମିଟରରୁ ବି କମ୍ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/25/7pm5-2025-12-25-19-53-58.jpg)