କନକ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ , ଅକ୍ଟୋବର ୨ରେ ନେବ ଅବପାତର ରୂପ । ଉତ୍ତର-ଆଣ୍ଡାମାନ ସାଗରରେ ଦାନାବାନ୍ଧୁଛି ଏକ ଘୂର୍ଣ୍ଣିବଳୟ । ଆଇଏମଡିର ଆକଳନ ଅନୁସାରେ, ଏହାର ପ୍ରଭାବରେ ଅକ୍ଟୋବର ୧ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅକ୍ଟୋବର ୨ ବେଳକୁ ଅବପାତର ରୂପ ନେଇପାରେ । ବଙ୍ଗପୋସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ପୂଜାର ଶେଷ ଦୁଇ ଦିନକୁ ଫିକା ପକାଇବା ଆଶଙ୍କା କରାଯାଉଛି ।
ପାଣିପାଗ ବିଶେଷଜ୍ଞଙ୍କ- ଆକଳନ ଅନୁସାରେ ଆସନ୍ତାକାଲି ରାତିରୁ ଉତ୍ତର ଉପକୂଳ ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧ ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାରେ ଆସନ୍ତାକାଲି ମଧ୍ୟମରୁ ପ୍ରବଳ ବର୍ଷା ଅନୁଭୂତ ହୋଇପାରେ । ୨ ତାରିଖରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ମୟୁରଭଞ୍ଜ, କେଉଁଝର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/30/42-2025-09-30-16-25-03.jpg)