କନକ ବ୍ୟୁରୋ: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସକ୍ରିୟ ଅବପାତ । ଘଣ୍ଟାପ୍ରତି ୨୦ କିମି ବେଗରେ ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହେଉଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟସ୍ଥ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଗଭୀର ଅବପାତ । ବାଲେଶ୍ବର ଠାରୁ ୧୬୦ କିଲୋମିଟର ପୂର୍ବରେ ରହିଛି । ଏହା ଉତ୍ତର ଆଡ଼କୁ ଗତି କରିବା ସହ ଆହୁରି ଅଧିକ ଘନୀଭୂତ ହେଉଛି । ପରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବାର ଆକଳନ କରିଛି ପାଣିପାଗ ବିଭାଗ । 

Advertisment

ଏପଟେ  ଲଘୁଚାପ, ସେପଟେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ସ୍ପର୍ଶ କରିଛି । ଆଉ କିଛି ଦିନ ଭିତରେ ଏହା ସମଗ୍ର ଓଡ଼ିଶାକୁ ଛୁଇଁବ । ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ପାଗ ଅନୁକୂଳ ରହିଛି ।