କନକ ବ୍ୟୁରୋ :  ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ସୃଷ୍ଟି । ଏହା ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା,ଉତ୍ତର ଆନ୍ଦ୍ର ଉପକୂଳ ଅତିକ୍ରମ କରିବ ଅଵପାତ୍ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କାଲି ମାଲକାନଗିରିରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାସହ  ୨ ଅକ୍ଟୋବରରେ ପୁଣି ଏକ ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି । ଉପରମୁଣ୍ଡରେ ବର୍ଷା ବଢ଼ିବା ଫଳରେ ହୀରାକୁଦରୁ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡଳିରେ ସକାଳ ୮ ରୁ ୧୧ ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବ । କିନ୍ତୁ ବର୍ଷା କମିଥିବାରୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ସମ୍ଭାବ୍ୟ ବର୍ଷା ଓ ବନ୍ୟା ସ୍ଥିତିର ମୁକାବିଲା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଆବଶ୍ୟକ ପଡ଼ିଲେ ଅଗ୍ନିଶମ ସେବା ଓ ଓଡ୍ରାଫ ଟିମଗୁଡ଼ିକୁ ନିୟୋଜିତ କରିବାକୁ କୁହାଯାଇଛି । 

Advertisment