କନକ ବ୍ୟୁରୋ: ପାଣିପାଗ ବିଭାଗର ଆକଳନ ଅନୁସାରେ ବଂଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଏହି ଲଘୁଚାପ କେନ୍ଦ୍ରୀୟ ବଂଗୋପାସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି। ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଆଜି ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଯାହାର ପ୍ରଭାବରେ ସାରାରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ପ୍ରଭାବରେ ୨୮ତାରିଖ ଯାଏ ଲାଗି ରହିବ ବର୍ଷା । ଏହି ସମୟରେ ସମୁଦ୍ର ଉପକୁଳରେ ୪୦ରୁ ୬୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ତେଣୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ଆଶଙ୍କା କରିଛି ଆଇଏମଡି । ଆଜି ପାଇଁ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଏହି ୩ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡା ,ବଲାଙ୍ଗୀର , ନୟାଗଡ , ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ,କେନ୍ଦ୍ରାପଡା ଓ ଢେଙ୍କାନାଳ ଏହି ୧୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଅନ୍ୟ ୧୩ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି ।
ଅବପାତର ରୁପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଆଜି ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନା
ପ୍ରଭାବରେ ସାରା ଓଡ଼ିଶାରେ ଭୀଷଣ ବର୍ଷା । ୩ ଜିଲ୍ଲାକୁ ରେଡୱାର୍ଣ୍ଣିଂ-୧୭ ଜିଲ୍ଲାକୁ ସତର୍କ କଲେ ସରକାର ।
/kanak/media/media_files/2025/09/27/rain-2025-09-27-07-55-46.jpg)