କନକ ବ୍ୟୁରୋ : ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମିଛି। ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡି ଭାଙ୍ଗୁଛି । ସାକ୍ଷୀପଡାରୁ ଜଗନ୍ନାଥ କଲୋନୀ ସଂଯୋଗ କରୁଥିବା ଅଣ୍ଡରପାସରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯଦି ବର୍ଷା ଲାଗିରହେ ବିଭିନ୍ନ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଂଚଳରେ ମଧ୍ୟ ସମାନ ସ୍ଥିତି । ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇପଡ଼ିଛି ସମ୍ବଲପୁର ସହର । ସେପଟେ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ୬୨୯ ଦଶମିକ ୯୭ ଫୁଟ ରହିଛି । ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ସମ୍ବଲପୁରରେ ଘରେ ପଶିଲା ପାଣି, ଜଳବନ୍ଦୀ ଅବସ୍ଥାରେ କଟୁଛି ଜୀବନ
ଯଦି ବର୍ଷା ଲାଗିରହେ ବିଭିନ୍ନ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଂଚଳରେ ମଧ୍ୟ ସମାନ ସ୍ଥିତି । ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇପଡ଼ିଛି ସମ୍ବଲପୁର ସହର ।
/kanak/media/media_files/2025/09/24/15-2025-09-24-09-07-48.jpg)