କନକ ବ୍ୟୁରୋ : ଉତ୍ତରବଙ୍ଗୋପସାଗର ରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ । ଏହା ପରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୪୮ଘଣ୍ଟା ମଧ୍ୟରେ ଉତ୍ତରଓଡିଶା ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଛେଚୁଛି ବର୍ଷା । ୨୪ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଭଦ୍ରକକୁ ରେଡ଼ ଆଲର୍ଟ । ଅତିପ୍ରବଳ ବର୍ଷା ସହ ବ୍ରଜପାତ ନେଇ ସତର୍କ କରେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ,କୋରାପୁଟ,ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୁରଭଞ୍ଜକୁ ରେଡ଼ ଆଲର୍ଟ ଜାରି ହୋଇଛି । ଅତିପ୍ରବଳ ବର୍ଷା ସହ ବ୍ରଜପାତ ହେବ । ବାଲେଶ୍ୱର,ଭଦ୍ରକ,ଯାଜପୁର,ଢେଙ୍କାନାଳ,ଅନୁଗୁଳ,ଦେଓଗଡ଼,ସମ୍ବଲପୁର,ଦେଓଗଡ଼,ସୁନ୍ଦରଗଡ଼,ଝାରସୁଗୁଡା,ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା
ଆଗାମୀ ୪୮ଘଣ୍ଟା ମଧ୍ୟରେ ଉତ୍ତରଓଡିଶା ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଛେଚୁଛି ବର୍ଷା । ୨୪ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଭଦ୍ରକକୁ ରେଡ଼ ଆଲର୍ଟ ।
/kanak/media/media_files/2025/07/24/low-in-bay-2025-07-24-16-19-38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)