ଅବେଳରେ ଲଘୁଚାପ, ୨୨ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା । ଧାନ ଅମଳ ସମୟ ଯୋଗୁଁ ଚିନ୍ତାରେ ଚାଷୀ ।

Rain

Rain Photograph: (kanaknews)

କନକ ବ୍ୟୁରୋ : ଆସୁଛି ଲଘୁଚାପ । ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । 

fog in odisha : ରାଜ୍ୟରେ ବଢୁଛି ଶୀତ ଲହରୀ : ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ

ପରବର୍ତ୍ତୀ ୪୮ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଅବେଳରେ ଲଘୁଚାପ ଆସୁଥିବାରୁ ଚିନ୍ତାରେ ଚାଷୀ। ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ହେଲେ ଚାଷ ପ୍ରଭାବିତ ହେବ। ଏପଟେ ଶୀତ ଦିନେ ବର୍ଷା ଆସୁଥିବାରୁ ଚିନ୍ତା ବଢିଛି ଲୋକଙ୍କର ।  ବର୍ଷା ପରେ ଆହୁରି ଶୀତ ବଢିବା  ନେଇ ଆଶଙ୍କା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe